କଟକ: ସମଗ୍ର ଦେଶ ପାଳନ କରିବାକୁ ଯାଉଛି ୭୫ତମ ସ୍ବାଧିନତା ଦିବସ । ବାରବାଟୀରେ ଧୁମଧାମରେ ପାଳନ ହେବ ସ୍ଵାଧୀନତା ଦିବସ । ଏନେଇ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଛି । କିନ୍ତୁ ଚଳିତ ବର୍ଷ ପରେଡରେ ଛାତ୍ରଛାତ୍ରୀ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
କଟକ ଜିଲ୍ଲାପାଳଙ୍କ କହିବା ଅନୁସାରେ," ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସରେ ଉଚ୍ଚ କୋଟିର ପରେଡ ଅନୁଷ୍ଠିତ ହେବ । ଏଥିରେ ପୋଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରିବେ । କିନ୍ତୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରେଡରେ ଅଂଶ ଗ୍ରହଣ କରିବେ ନାହିଁ । ଏହାସହ ସହରର ବିଭିନ୍ନ ସ୍ଥାନରେ ତୋରଣ ଓ ଆଲୋକ ସାଜସଜ୍ଜା କରିବା ପାଇଁ ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି ।"
ତେବେ ବୁଧବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଇଟିଭି ଭାରତ, କଟକ