ETV Bharat / city

‘ଆମେ ଆଉ ପରୀକ୍ଷା ଦେବୁନି, ବୋର୍ଡ଼ ଆମ ଭବିଷ୍ୟତ ନଷ୍ଟ କରିଦେଲା’ - students are denying

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ପୁଣି ଥରେ ଇମ୍ପପ୍ରୁଭମେଣ୍ଟ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ । ଅଧିକ ପଢନ୍ତୁ...

ଆମେ ଆଉ ପରୀକ୍ଷା ଦେବୁନି, ବୋର୍ଡ଼ ଆମ ଭବିଷ୍ୟତ ନଷ୍ଟ କରିଦେଲା

author img

By

Published : Jul 2, 2021, 9:56 PM IST

କଟକ: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ପୁଣି ଥରେ ଇମ୍ପପ୍ରୁଭମେଣ୍ଟ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ । ଏଥିପାଇଁ ଆଉ ଦୁଇ ଦିନ ପରେ ଅନଲାଇନରେ ଆରମ୍ଭ ହେବ ଫର୍ମପୁରଣ କାର୍ଯ୍ୟ । କିନ୍ତୁ ବୋର୍ଡର ଏହି ଇମ୍ପପ୍ରୁଭମେଣ୍ଟ ପରୀକ୍ଷା ଦେବା ପାଇଁ ନା ରାଜି ଅଛନ୍ତି ଛାତ୍ରଛାତ୍ରୀ ନା ଅଭିଭାବକ ।

ଆମେ ଆଉ ପରୀକ୍ଷା ଦେବୁନି, ବୋର୍ଡ଼ ଆମ ଭବିଷ୍ୟତ ନଷ୍ଟ କରିଦେଲା

ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପାଠପଢା ଆରମ୍ଭ କରିଦେଇଥିବାରୁ ପୁଣି ଥରେ ପରୀକ୍ଷା ଦେବା ସପକ୍ଷରେ ନଥିବା ସେମାନେ କହିଛନ୍ତି । ଫଳରେ ବୋର୍ଡ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ପରୀକ୍ଷା ଏକ ନିଷ୍ଫଳ ପ୍ରୟାସରେ ପରିଣତ ହେବାର ଆଶଙ୍କା ବୃଦ୍ଧି ପାଇଛି ।

ସେପଟେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ କାର୍ଯ୍ୟାଳୟକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏପର୍ଯ୍ୟନ୍ତ ପ୍ରାୟ 3 ଶହ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପତ୍ର ବୋର୍ଡରେ ଦାଖଲ ହୋଇ ସାରିଲାଣି । ତେବେ ଚଳିତବର୍ଷ ପରୀକ୍ଷା ଫଳ ପ୍ରକାଶନରେ ହୋଇଥିବା ତୃଟି ପାଇଁ ଅଭିଭାବକ ମାନେ ବୋର୍ଡ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ଆଜି କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.