କଟକ: ବାତିଲ ହେଉ +2 ପରୀକ୍ଷା । କୋରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ହିନ୍ଦୁସେନା ଛାତ୍ରସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଟକ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି ।
ଯଦି ସରକାର ଏହାର ଉପରେ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ଏହାର ଦୃଢ଼ ବିରୋଧ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଦୋଳନକାରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ