ETV Bharat / city

କଲେଜର ୨୭ ଛାତ୍ରଛାତ୍ରୀଙ୍କୁ କୋରୋନା ପଜିଟିଭ୍: ପିଜି ପରୀକ୍ଷା ଅନଲାଇନରେ କରିବାକୁ ଦାବୀ

ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୨୭ ଛାତ୍ରଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ଘଟଣା । କଲେଜ କର୍ତ୍ତୃପକ୍ଷଙ୍କ ପିଜି ପରୀକ୍ଷା ଚାଲୁ ରଖିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

ଉଦୟନାଥ କଲେଜରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ଘଟଣା:ପିଜି ପରୀକ୍ଷାକୁ ଅନଲାଇନରେ କରିବାକୁ ଦାବି

author img

By

Published : Jul 8, 2022, 4:18 PM IST

ନିଆଳି: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ଘଟଣା । ଏଭଳି ସ୍ଥିତିରେ କଲେଜ କର୍ତ୍ତୃପକ୍ଷ ପିଜି ପରୀକ୍ଷା ଚାଲୁ ରଖିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି ।

ଉଦୟନାଥ କଲେଜରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ଘଟଣା:ପିଜି ପରୀକ୍ଷାକୁ ଅନଲାଇନରେ କରିବାକୁ ଦାବି

ପିଜି ଫାଇନାଲ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଅଫଲାଇନ ବଦଳରେ ଅନଲାଇନ ପରୀକ୍ଷା ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ନଚେତ ପରୀକ୍ଷା ସ୍ଥଗିତ ପାଇଁ ଦାବୀ କରାଯାଇଛି । ମାତ୍ର କଲେଜ କତ୍ତୃପକ୍ଷ ପୂର୍ବ ନିଷ୍ପତି ଅନୁସାରେ ଗତକାଲି ଠାରୁ ଆରମ୍ଭ କରିଛନ୍ତି ପିଜି ଓ ୟୁଜିର ଫାଇନାଲ ପରୀକ୍ଷା । ଯେଉଁଥିରେ ୪୦୦ ରୁ ଉର୍ଦ୍ଧ୍ବ ପିଲା ବସି ପରୀକ୍ଷା ଦେଉଛନ୍ତି । ଯାହାକୁ ବିରୋଧ କରି ଛାତ୍ରଛାତ୍ରୀ ଅଧ୍ୟକ୍ଷ୍ୟଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ ।

ଏହାବି ପଢନ୍ତୁ: ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୭ ବିଦ୍ୟାର୍ଥୀଙ୍କୁ କୋରୋନା

ସେପଟେ, ଚିହ୍ନଟ ୨୭ ଜଣ ସଂକ୍ରମତିଙ୍କ ମଧ୍ୟରୁ ୨୦ ଜଣ ଘରକୁ ଯାଇଥିବା ବେଳେ ବାକି ୭ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ଆଇସୋଲେସନରେ ଥିବା ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଥିବା କହିଛନ୍ତି କଲେଜ ଅଧ୍ୟକ୍ଷ୍ୟ । ସେପଟେ,ଏହାକୁ ଖଣ୍ତନ କରିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ନିଆଳି

For All Latest Updates

TAGGED:

cuttack news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.