ETV Bharat / city

୩୩୨୨ଶିଶୁଙ୍କୁ ହାଇଜିନ କିଟ୍‌ ବାଣ୍ଟିବ ରାଜ୍ୟ ଆଇନସେବା ପ୍ରାଧିକରଣ - ହାଇଜିନ କିଟ୍‌ ବାଣ୍ଟିବ ରାଜ୍ୟ ଆଇନସେବା ପ୍ରାଧିକରଣ

ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତୀ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏଥିରେ ଯୋଗ ଦେଇ, ପତାକା ଦେଖାଇ ଏହି ଅଭିଯାନର ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

୩୩୨୨ ଶିଶୁଙ୍କୁ ହାଇଜିନ କିଟ୍‌ ବାଣ୍ଟିବ ରାଜ୍ୟ ଆଇନସେବା ପ୍ରାଧିକରଣ

author img

By

Published : May 8, 2020, 3:17 PM IST

Updated : May 8, 2020, 3:33 PM IST

କଟକ: ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତୀ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏଥିରେ ଯୋଗ ଦେଇ, ପତାକା ଦେଖାଇ ଏହି ଅଭିଯାନର ଆରମ୍ଭ କରିଥିଲେ ।

୩୩୨୨ଶିଶୁଙ୍କୁ ହାଇଜିନ କିଟ୍‌ ବାଣ୍ଟିବ ରାଜ୍ୟ ଆଇନସେବା ପ୍ରାଧିକରଣ

ରାଜ୍ୟର ୨୭ ଟି ଜିଲ୍ଲାରେ ୧୦୧ଟି ରେଜିଷ୍ଟ୍ରଡ଼ ନନ ଗ୍ରାଣ୍ଟ ଇନ ଏଡ଼ ଶିଶୁ ସୁରକ୍ଷା ସଂସ୍ଥାରେ ଥିବା ୩୩୨୨ ଜଣ ଶିଶୁଙ୍କୁ ହାଇଜିନ କିଟ୍‌ ବିତରଣ କରାଯିବ । ରାଜ୍ୟ ଆଇନସେବା ପ୍ରାଧିକରଣ, ୟୁନିସେଫ ଏବଂ ପାରାଦୀପ ଫସଫେଟ ଲିମିଟେଡ଼ର ମିଳିତ ଉଦ୍ୟମରେ ଏହି ସେବା ଯୋଗାଇ ଦିଆଯିବ ।

କେବଳ ସେତିକି ନୁହେଁ କୋରୋନା ସମୟରେ ଶିଶୁମାନଙ୍କୁ କିପରି ସ୍ବାସ୍ଥ୍ୟର ଯତ୍ନ ନିଆଯିବ, ସେନେଇ ସଚେତନ କରାଯିବ । ଏହି ଅବସରରେ ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀମତୀ ମିନାକ୍ଷୀ ଦାସ, କଟକ ଜିଲ୍ଲାପାଳ, ରାଜ୍ୟ ଆଇନସେବା ପ୍ରାଧିକରଣର ଉପ ଓ ସହ ସଚିବ, ୟୁନିସେଫର ମୋନିକା ଓଲେଜକା ନିଏଲସେନ, ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 8, 2020, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.