ETV Bharat / city

କୋଭିଡ ମୃତ୍ୟୁ ତଥ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଟୀକାକରଣ ନେଇ ହାଇକୋର୍ଟଙ୍କ ମତ

କୋଭିଡଜନିତ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା 20 ତାରିଖ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଘରକୁ ଘର ଟୀକାକରଣ ପ୍ରସଙ୍ଗ: ହାଇକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର, କୋଭିଡ ମୃତ୍ୟୁ ତଥ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 5, 2021, 6:09 PM IST

କଟକ: ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କୋଭିଡଜନିତ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 20 ତାରିଖ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୦ ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

ଏହା ସହିତ ଘରକୁ ଘର ବୁଲି ଟୀକକରଣ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପକ୍ଷ ରଖିଛନ୍ତି ରାଜ୍ୟ ସରକାର । ଘର କୁ ଘର ଯାଇ ଟିକା ଦେବା ସମ୍ଭବ ନୁହେଁ ବୋଲି, ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । ସଂକ୍ରମଣ ରୋକିବା ପାଇଁ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦିଆଯାଉଥିବା ନେଇ କୋର୍ଟକୁ ଅବଗତ କରାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ କୋଭିଡ ଜନିତ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମୃତକଙ୍କ ସ୍ବତନ୍ତ୍ର ଅଡିଟ କରିବା ପାଇଁ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଏହାଦ୍ବାରା କୋଭିଡ ମୃତ୍ୟୁ ଓ ସଂକ୍ରମିତ ନେଇ ସଠିକ ତଥ୍ୟ ପଦାକୁ ଆସି ପାରିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.