ETV Bharat / city

୧୦ ବର୍ଷରୁ କମ ଅଭିଜ୍ଞ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା - junior Advocatesget finace support

୧୦ ବର୍ଷରୁ କମ ସମୟ ଆଇନ ପେସାରେ ଥିବା ଆଇନଜୀଵୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ପରିଷଦ ସ୍ୱତନ୍ତ୍ର କମିଟି ଜରୁରୀ ବୈଠକରେ ନିଷ୍ପତି ନେଇଛି।

state bar council will provide financial support to junior Advocates
୧୦ ବର୍ଷରୁ କମ ଅଭିଜ୍ଞ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା
author img

By

Published : Apr 2, 2020, 11:58 AM IST

କଟକ: ଲକଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ରାଜ୍ୟର ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ରାଜ୍ୟ ଆଇନଜୀଵୀ ପରିଷଦ। ୧୦ ବର୍ଷରୁ କମ ସମୟ ଆଇନ ପେସାରେ ଥିବା ଆଇନଜୀଵୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ପରିଷଦ ସ୍ୱତନ୍ତ୍ର କମିଟି ଜରୁରୀ ବୈଠକରେ ନିଷ୍ପତି ନେଇଛି।

ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଘୋଷଣା କରାଯାଇଥିବା ଲକଡାଉନ ଯୋଗୁଁ ପ୍ରକୃତରେ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଏପରି ଆଇନଜୀବୀଙ୍କ ପାଇଁ ପରିଷଦର ଆଡଭୋକେଟ୍ସ ୱେଲଫେୟାର କର୍ପସ ଫଣ୍ଡରୁ ଆର୍ଥିକ ସହାୟତା ଉପଲବ୍ଧ ହେବ।

ଏଥିପାଇଁ ଏହି ବର୍ଗର ଆଇନଜୀବୀମାନେ ନିର୍ଦ୍ଧାରିତ ଫର୍ମରେ ସେମାନେ ସଦସ୍ୟ ଥିବା ବାର ଆସୋସିଏସନ ଜରିଆରେ ରାଜ୍ୟ ଆଇନଜୀବି ପରିଷଦ ନିକଟରେ ଆବେଦନ କରିବେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.