ETV Bharat / city

ନେତାଜୀ ଜୟନ୍ତୀ: କଟକରେ ରହିଛି ପରିବାରରୁ ପଲଟିକାଲ କ୍ୟାରିଅର - ସୁବାଷ ଚନ୍ଦ୍ର ବୋଷ

ନେତାଜୀଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ଓଡ଼ିଆ ବଜାରରେ ଥିବା ନେତାଜୀ ମ୍ୟୁଜିୟମ୍‌ । ରଙ୍ଗ ଦେବା ଠାରୁ ଆରମ୍ଭ କରି ବଗିଚାର ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ । ନେତାଜୀଙ୍କ ଜନ୍ମଦିନକୁ ବେଶ ଧୁମ୍‌ଧାମରେ ପାଳନ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ନେତାଜୀଙ୍କ ସଂଗ୍ରହାଳୟରେ ବଢୁଛି ପର୍ଯ୍ୟଟକଙ୍କ ଭିଡ
ନେତାଜୀଙ୍କ ସଂଗ୍ରହାଳୟରେ ବଢୁଛି ପର୍ଯ୍ୟଟକଙ୍କ ଭିଡ
author img

By

Published : Jan 23, 2020, 7:02 AM IST

କଟକ: ନେତାଜୀ ଜୟନ୍ତୀ। ବେଶ ଚଳଚଞ୍ଚଳ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବାସଭବନ। ଯାହା ଏବେ ଏକ ମ୍ୟୁଜିୟମରେ ପରିଣତ ହୋଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜୟନ୍ତୀରେ ଦେଖିବାକୁ ମିଳିବ କିଛି ଭିନ୍ନ। ନେତାଜୀଙ୍କ ଉପରେ ଆଧାରିତ 2ଟି ପୁସ୍ତକ । ବିଶେଷକରି ନେତାଜୀଙ୍କ କଟକ ଲିଙ୍କ ଉପରେ ତଥ୍ୟ ପାଇପାରିବେ ପର୍ଯ୍ୟଟକ। ଅନ୍ୟପଟେ ନେତାଜୀଙ୍କ ଏହି ସଂଗ୍ରହାଳୟ ବୁଲିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ନେତାଜୀଙ୍କ ସଂଗ୍ରହାଳୟରେ ବଢୁଛି ପର୍ଯ୍ୟଟକଙ୍କ ଭିଡ

ନେତାଜୀ ଜୟନ୍ତୀ ପାଇଁ ଚଳଚଞ୍ଚଳ ଓଡ଼ିଆ ବଜାର ଠାରେ ଥିବା ନେତାଜୀ ମ୍ୟୁଜିୟମ । ରଙ୍ଗ ଦେବା ଠାରୁ ଆରମ୍ଭ କରି ବଗିଚାର ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ । ନେତାଜୀଙ୍କ ଜନ୍ମଦିନକୁ ବେଶ ଧୁମ୍‌ଧାମରେ ପାଳନ କରିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ ହୋଇଛି। ୧୮୯୭ରୁ ୧୯୧୩ ପର୍ଯ୍ୟନ୍ତ ନେତାଜୀ କଟକରେ ପାଠ ପଢୁଥିଲାବେଳେ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ସହ ସେ ଜଡିତ ଥିଲେ ।

ତେବେ ଏହି ସମୟରେ ସେ କଟକ ବଙ୍ଗାଳୀ ସାହିର ରାମକୃଷ୍ଣ କୁଟୀର ଓ କେଶରପୁରର ମହାମାୟା ୟୁପି ସ୍କୁଲ ସହ ଜଡିତ ଥିଲେ। ଯାହାର ଫଟୋ ସଂଗ୍ରହ କରାଯାଇ ୨ ନମ୍ବର ଗ୍ୟାଲେରୀରେ ରଖାଯାଇଛି । ଏହି ଫଟୋରେ ସେ କିଭଳି ସ୍କୁଲ ପଢିବା ସମୟରେ ତାଙ୍କ ବାପା ପ୍ରଦାନ କରିଥିବା ଟଙ୍କାକୁ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ, ତାହା ପ୍ରଦର୍ଶିତ ହୋଇଛି।

ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ରହିଛି ମୋଟ 12ଟି ଗ୍ୟାଲେରୀ । ଏଠାରେ ନେତାଜୀଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ଏକ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ପାଠପଢ଼ା ରୁମ୍ ସମ୍ପର୍କରେ ରହିଥିଲାବେଳେ ନେତାଜୀ କିପରି ଏହି ରୁମ୍‌ରେ ଅଧ୍ୟୟନ କରୁଥିଲେ ସେ ସମ୍ପର୍କରେ ତଥ୍ୟ ରଖାଯାଇଛି । ୨ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ପ୍ରାରମ୍ଭିକ ଜୀବନ, ୩ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ କାରାଗାର ଜୀବନ, ୪ ନମ୍ବର ଗ୍ୟାଲେରୀରେ ଆଜାଦହିନ୍ଦ ଫୌଜ ଉପରେ ତଥ୍ୟ ରହିଛି।

ସେହିପରି ୯ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ଜନ୍ମ ସମ୍ପର୍କିତ ସୂଚନା, ୧୦ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ଆଧ୍ୟାତ୍ମିକ ଜୀବନ, ୧୧ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ଓଡିଶା ଲିଙ୍କ ସମ୍ପର୍କରେ ଓ ୧୨ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ପାରିବାରିକ ସମ୍ପର୍କରେ ତଥ୍ୟ ରହିଛି।

ଅନ୍ୟପଟେ ଏହି ତଥ୍ୟ ଦେଖିବାପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଏହି ଜନ୍ମ ସଂଗ୍ରହାଳୟରେ। ଏଭଳି ମହାନ ବ୍ୟକ୍ତିଙ୍କର ଜନ୍ମ ସ୍ଥାନ ଦେଖି ଭାବ ବିହ୍ଵଳ ହୋଇଯାଇଛନ୍ତି ରାଜ୍ୟ ବାହାର ପର୍ଯ୍ୟଟକ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାତି ପାହିଲେ ନେତାଜୀ ଜୟନ୍ତୀ।ଏଥିପାଇଁ ବେଶ ଚଳଚଞ୍ଚଳ ନେତାଜୀ ସୁବାସଚନ୍ଦ୍ର ବୋଷଙ୍କ ବାସ ଭବନ।ଯାହା ଏବେ ଏକ ମ୍ୟୁଜିଅମ ରେ ପରିଣତ ହୋଇଛି।ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜୟନ୍ତୀରେ ଦେଖିବାକୁ ମିଳିବ କିଛିଟା ନୂଆ।ନେତାଜୀଙ୍କ ଉପରେ ଆଧାରିତ ୨ ଟି ପୁସ୍ତକ, ବିଶେଷକରି ନେତାଜୀଙ୍କ କଟକ ଲିଙ୍କ ଉପରେ ତଥ୍ୟ ପାଇପାରିବେ ପର୍ଯ୍ୟଟକ।ଅନ୍ୟପଟେ ନେତାଜୀଙ୍କ ଏହି ସଂଗ୍ରହାଳୟ ବୁଲିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

Body:(ଭିଓ -୧)ନେତାଜୀ ସୁବାସଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ଓଡ଼ିଆ ବଜାର ଠାରେ ଥିବା ନେତାଜୀ ମ୍ୟୁଜିଅମ।ରଙ୍ଗ ଲଗା କାମ ଠାରୁ ଆରମ୍ଭ କରି ବଗିଚା ସୌନ୍ଦର୍ଯ୍ୟ କାମ ....ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ ହୋଇଛି। ପ୍ରତ୍ୟକବର୍ଷ ଭଳି ଏଥର ମଧ୍ୟ ନୂଆ ତଥ୍ୟ ପାଇପାରିବେ ପର୍ଯ୍ୟଟକ।୧୮୯୭ ରୁ ୧୯୧୩ ପର୍ଯ୍ୟନ୍ତ ନେତାଜୀ କଟକରେ ପାଠ ପଢୁଥିଲାବେଳେ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ସହ ସେ ଜଡିତ ଥିଲେ।ତେବେ ଏହି ସମୟରେ ସେ କଟକ ବଙ୍ଗାଳି ସାହିର ରାମକୃଷ୍ଣ କୁଟୀର ଓ କେଶରପୁର ର ମହାମାୟା ୟୁପି ସ୍କୁଲ ସହ ଜଡିତ ଥିଲେ।ଜାହାର ଫଟୋ ସଂଗ୍ରହ କରାଯାଇ ୨ ନମ୍ବର ଗ୍ୟାଲେରୀରେ ରଖାଯାଇଛି।ଏହି ଫଟୋରେ ସେ କିଭଳି ସ୍କୁଲ ପଢିବା ସମୟରେ ତାଙ୍କ ବାପା ପ୍ରଦାନ କରିଥିବା ଟଙ୍କାକୁ ଗରିବ ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରିଥିଲେ ,ତାହା ବିଷୟରେ ପ୍ରଦର୍ଶିତ ହୋଇଛି। ବାଇଟ - ଜ୍ୟୋତି ଘୋଷ,ନେତାଜୀ ସଂଗ୍ରହାଳୟ ଇନଚାର୍ଜ। (ଭିଓ -୨) ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ରେ ମୋଟ ୧୨ ଟି ଗ୍ୟାଲେରୀ ରହିଛି।ଏହି ଗ୍ୟାଲେରିରେ ନେତାଜୀ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି।ଏକ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ପାଠପଢ଼ା ରୁମ ସମ୍ପର୍କରେ ରହିଥିଲାବେଳେ ନେତାଜୀ କିପରି ଏହି ରୁମ ରେ ଅଧ୍ୟୟନ କରୁଥିଲେ ସେସମ୍ପର୍କରେ ତଥ୍ୟ ରଖାଯାଇଛି।୨ ନମ୍ବର ଗ୍ୟାଲେରିରେ ନେତାଜୀଙ୍କ ପ୍ରାରମ୍ଭିକ ଜୀବନ,୩ ନମ୍ବର ଗ୍ୟାଲେରିରେ ନେତାଜୀଙ୍କ କାରାଗାର ଜୀବନ,୪ ନମ୍ବର ଗ୍ୟାଲେରୀ ରେ ନେତାଜୀଙ୍କ ଆଜାଦହିନ୍ଦ ଫୌଜ ଉପରେ ତଥ୍ୟ ରହିଛି।ସେହିପରି ୯ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ଜନ୍ମ ସମ୍ପର୍କିତ ,୧୦ ନମ୍ବର ଗ୍ୟାଲେରୀ ରେ ନେତାଜୀଙ୍କ ଆଧ୍ୟାତ୍ମିକ ଜୀବନ ,୧୧ ନମ୍ବର ଗ୍ୟାଲେରିରେ ନେତାଜୀଙ୍କ ଓଡିଶା ଲିଙ୍କ ସମ୍ପର୍କରେ ,ଓ ୧୨ ନମ୍ବର ଗ୍ୟାଲେରୀ ରେ ନେତାଜୀଙ୍କ ପାରିବାରିକ ସମ୍ପର୍କରେ ତଥ୍ୟ ରହିଛି।ଅନ୍ୟପଟେ ଏହି ତଥ୍ୟ ଦେଖିବାପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଏହି ଜନ୍ମ ସଂଗ୍ରହାଳୟରେ।ଏଭଳି ମହାନ ବ୍ୟକ୍ତିଙ୍କର ଜନ୍ମ ସ୍ଥାନ ଦେଖି ଭାବ ବିହ୍ଵଳ ହୋଇଯାଇଛନ୍ତି ରାଜ୍ୟ ବାହାର ପର୍ଯ୍ୟଟକ।ତେବେ ଏତେ ବଡ଼ ମହାନ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଆସିଲେ ପ୍ରେରଣା ମିଳୁଥିବା ନେତାଜୀ ପ୍ରେମୀ କହିଛନ୍ତି। ବାଇଟ - ନନ୍ଦ କୁମାର ରାଉତ,ମୁମ୍ବାଇ ରୁ ଆସିଥିବା ପର୍ଯ୍ୟଟକ। ବାଇଟ - ପ୍ରବୀର ଦେବ ନାଥ,କଲିକତା ରୁ ଆସିଥିବା ପର୍ଯ୍ୟଟକ।

Conclusion:p t c
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.