କଟକ: ଏକ ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ଅପରାଧୀ ମାନଙ୍କୁ ଗିରଫ କଲା କମିଶନରେଟ ପୋଲିସ । ହାଡ଼ିଆ ପଠା ନିକଟରେ ଏକ ବଡ଼ ଧରଣର ଡକାୟତି କରିବା ପୂର୍ବରୁ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ମଙ୍ଗଳାବାଗ ଥାନା ପୋଲିସ ।
ପୋଲିସ ସୂଚନା ଅନୁଯାୟୀ, ମାତାମଠ ପେଟ୍ରୋଲ ପମ୍ପରୁ ବଡ଼ ଧରଣର ଡକାୟତି ଘଟାଇବା ପାଇଁ ଏମାନେ ଯୋଜନା କରୁଥିଲେ । ଏକ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଉକ୍ତ ସ୍ଥାନରେ ରେଡ଼ କରି ୬ ଅପରାଧିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ ଟି ବନ୍ଧୁକ, ୩୦ ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ, ଗୋଟିଏ ସ୍କୁଟି, ୬ ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ତେବେ କମିଶନରେଟ ପୋଲିସକୁ ଏହା ଏକ ବଡ଼ ସଫଳତା ବୋଲି ପୋଲିସ କମିଶନର କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ