ETV Bharat / city

ସିଲଭରସିଟିରେ 4 ବର୍ଷର କୁନି ଜିନିୟସ ‘ଦେବାନ୍ସ ଅଗ୍ରୱାଲ’

author img

By

Published : Sep 13, 2020, 2:06 PM IST

ବର୍ତ୍ତମାନ ସୁଦ୍ଧା ସ୍କୁଲ ଯାଇ ନଥିବା ବେଳେ ଘରେ ବସି ତାଙ୍କର ଏପରି ଅଦ୍ଭୁତ ଜ୍ଞାନର ଅଧିକାରୀ ହେବା, ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । ଆଜି କେବଳ କଟକ ନୁହେଁ, ବରଂ ସାରା ବିଶ୍ବ ତାଙ୍କର ପ୍ରଶଂସକ ପାଲଟିଛି । ଅଧିକ ପଢନ୍ତୁ...

cuttack latest news, devansh agrawal of cuttack, little genious devansh agrawal, devansh agrawal, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକର ଦେବାନ୍ସ ଅଗ୍ରୱାଲ, କୁନି ଜିନିୟସ ଦେବାନ୍ସ ଅଗ୍ରୱାଲ, ଦେବାନ୍ସ ଅଗ୍ରୱାଲ
ସିଲଭରସିଟିରେ 4 ବର୍ଷର କୁନି ଜିନିୟସ ‘ଦେବାନ୍ସ ଅଗ୍ରୱାଲ’

କଟକ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମସଗୁଲ ରୁହନ୍ତି, ସେ ବୟସରେ ପାଠ ପଢା ପ୍ରତି ଅହେତୁକ ରୁଚି ଦେଖାଇଛନ୍ତି ସିଲଭର ସିଟିର ବିସ୍ମୟ ବାଳକ । ମାତ୍ର 4 ବର୍ଷ ବୟସରେ ସେ ଇଂରାଜୀ, ଓଡିଆ ଓ ଗଣିତରେ ଆହରଣ କରିଛନ୍ତି ଅଜସ୍ର ଜ୍ଞାନ । କେବଳ କଥାକୁ ନୁହେଁ, ବରଂ ବାସ୍ତବରେ ସେ ଏହି ସବୁ ବିଷୟରେ ନିଜ ପାରଦର୍ଶିତା ଖୁବ କମ୍‌ ବୟସରେ ଦେଖାଇପାରିଛନ୍ତି । ସେ ହେଉଛନ୍ତି କଟକ କାଠଗଡା ସାହିର ଦେବାନ୍ସ ଅଗ୍ରୱାଲ । ସୁଜିତ ଅଗ୍ରୱାଲ ଓ ନିଲମ ଅଗ୍ରୱାଲଙ୍କ ଔରସରୁ ଜନ୍ମ ନେଇଥିବା ଦେବାନ୍ସ ମାତ୍ର 2 ବର୍ଷ ବୟସରୁ ହିଁ ପାଠ ପଢା ପ୍ରତି ନିଜ ରୁଚି ଦେଖାଇଥିଲେ । ଯାହା ତାଙ୍କୁ ଏବେ ଆଣି ଦେଇଛି ଏକ ନୂଆ ପରିଚୟ ।

ଯେବେଠାରୁ ଲକଡାଉନ ହୋଇଥିଲା ସେହି ସମୟରୁ ହିଁ ଦେବାନ୍ସ ପାଠ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । କେବଳ ଯେ ପାଠ ନୁହେଁ ବରଂ ଛବି ଆଙ୍କିବା, ଇଂରାଜୀରେ ଷ୍ଟୋରୀ କହିବା ଇତ୍ୟାଦିରେ ସେ ନିପୁଣ । ଏମିତିକି ସେ ଓଡ଼ିଆରେ ବିଭିନ୍ନ ଢଗଢମାଳି ମଧ୍ୟ ଶିଖିବା ଆରମ୍ଭ କରିଛନ୍ତି । ବିଭିନ୍ନ ସହଜ ଓ କଠିନ ଇଂରାଜୀ ଶବ୍ଦ, ରାଇମ୍ସ, ଭିନ୍ନ ଭିନ୍ନ ଶବ୍ଦକୁ ନେଇ ବାକ୍ୟ ଓ କାହାଣୀ ଗଠନ, ଓଡିଆ ଭାଷା ଓ ଢଗ ଢମାଳିରେ ସହଜତା ଓ ଗଣିତ ଅଙ୍କ ପ୍ରତି ଦୁର୍ବଳତା ଆଦି ହେଉଛି ଦେବାନ୍ସଙ୍କୁ ବଖାଣୁଥିବା କିଛି ସ୍ବତନ୍ତ୍ର ଗୁଣାବଳୀ ।

ବର୍ତ୍ତମାନ ସୁଦ୍ଧା ସ୍କୁଲ ଯାଇ ନଥିବା ବେଳେ ଘରେ ବସି ତାଙ୍କର ଏପରି ଅଦ୍ଭୁତ ଜ୍ଞାନର ଅଧିକାରୀ ହେବା, ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । ଆଜି କେବଳ କଟକ ନୁହେଁ, ବରଂ ସାରା ବିଶ୍ବ ତାଙ୍କର ପ୍ରଶଂସକ ପାଲଟିଛି । କୁନି ବୟସରୁ ଦେବାନ୍ସଙ୍କ ଏହି ପ୍ରତିଭା ପାଇଁ ସେ ୱାର୍ଲଡ ଜିନିୟସ ରେକର୍ଡ୍ସ, ଇଣ୍ଡିଆ ବୁକ ଅଫ୍‌ ରେକର୍ଡ୍ସ, ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ୍ସ ଓ ଏକ୍ସକ୍ଲୁସିଭ ଟ୍ୟାଲେଣ୍ଟ ଆୱାର୍ଡ ଆଦିରେ ସମ୍ମାନୀତ ହୋଇସାରିଛନ୍ତି । କେବଳ ସେତିକି ନୁହେଁ, ଏତେ କମ ବୟସରୁ ତାଙ୍କର ପାରଦର୍ଶିତା ପାଇଁ ତାଙ୍କୁ ମାଷ୍ଟର ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଛି ।

ସାଧାରଣ ପିଲାମାନଙ୍କ ପରି ଅଳି ଅଝଟ ହେବା ବଦଳରେ ପାଠପଢାକୁ ସାଥୀ କରିଛନ୍ତି କୁନି ଦେବାନ୍ସ । ବଡ ହୋଇ ସେ ଜଣେ ପୋଲିସ ଭାବେ ସମାଜରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କର ପ୍ରତିଭା ପାଇଁ ବାପା ମା’ ବେଶ ଗର୍ବିତ । ଆଗକୁ ମଧ୍ୟ ତାଙ୍କ ସଫଳତାର ଯାତ୍ରା ଜାରି ରହୁ ଏହା ହିଁ ଇଟିଭି ଭାରତ ପରିବାରର କାମନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.