ETV Bharat / city

ବର୍ଷା ପାଣିରେ କଟକ ଉବୁଟୁବୁ, ଚିନ୍ତାରେ ତଳିଆଅଞ୍ଚଳ ବ୍ୟବସାୟୀ - facing

ସିଲଭରସିଟିକୁ ଘାରିଛି ମୌସୁମୀ ଚିନ୍ତା । କାରଣ ଚଳିତ ବର୍ଷ ମୌସୁମୀଜନିତ ବର୍ଷାରେ ସହର ହେଉଛି ଉବୁଟୁବୁ । ଏନେଇ କ୍ଷତି ସହୁଛନ୍ତି କଟକ ବ୍ୟବସାୟୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jul 7, 2019, 2:51 PM IST

କଟକ: ସିଲଭରସିଟିକୁ ଘାରିଛି ମୌସୁମୀ ଚିନ୍ତା । କାରଣ ଚଳିତ ବର୍ଷ ମୌସୁମୀଜନିତ ବର୍ଷାରେ ସହର ହେଉଛି ଉବୁଟୁବୁ । ତେବେ ଏହି ବର୍ଷା ବ୍ୟବସାୟୀଙ୍କୁ ଦେଖାଇଛି କ୍ଷତିର ବାଟ । କାରଣ ବର୍ଷା ଛାଡିବାର ଦିନକ ପରେ ମଧ୍ୟ କମୁନି ପାଣି । ଯେଉଁଥି ପାଇଁ ଦୋକାନ ବଜାରରେ ତାଲା ଝୁଲୁଛି । ମୌସୁମୀ ଆସିବା ପୂର୍ବରୁ ମନ୍ତ୍ରୀ ଯନ୍ତ୍ରୀ ଅନେକ ଆସି ତଳିଆଅଞ୍ଚଳ ବୁଲି ଯାଇଛନ୍ତି । ହେଲେ ବର୍ତ୍ତମାନ ସ୍ଥିତି ଯେଉଁ ଚାଉଁରକୁ ସେଇ ଚାଉଁର ।

ରାସ୍ତାରେ ବହୁଛି ଆଣ୍ଠୁଏ ଲେଖାଁଏ ପାଣି । ଯାହାଫଳରେ ସାଧାରଣ ଜନତା ଦୈନନ୍ଦିନ କାର୍ଯ୍ୟ କରିବା ମଧ୍ୟ ସମ୍ଭବପର ହେଉନାହିଁ । ଏହାସହିତ ବ୍ୟବସାୟରେ ମାତ୍ରାଧିକ କ୍ଷତି ପରିଲକ୍ଷିତ ହେଉଛି । କାରଣ ଦୋକାନ କବାଟରେ ବାଜୁଛି ପାଣିର ଜୁଆର । ଅନ୍ୟପଟେ ଏହି ଅସୁବିଧାର ଶୀଘ୍ର ସମାଧାନ ହେବ ବୋଲି ଆଶ୍ବସନା ଦେଇଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକିମ । ତାଙ୍କ କହିବାନୁଯାୟୀ, ସିଏମସି ବର୍ତ୍ତମାନ ଯେଉଁପରି ଭାବରେ ଜଳବନ୍ଦୀ ସମସ୍ୟାକୁ ହଟାଇବା ପାଇଁ ତତ୍ପରତା ଦେଖାଉଛି, ତାହା ବାହାଘରବେଳେ ବାଇଗଣ ରୋଇବା ସହ ସମାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଯଦି ଏହି ପ୍ରକ୍ରିୟା ଆଗରୁ ହୋଇଥାନ୍ତା, ତେବେ ତଳିଆଅଞ୍ଚଳ ବାସୀ ଏହି ଦୁଃଖ ଦେଖିନଥାନ୍ତେ । ଯଦି ତଳିଆଅଞ୍ଚଳରେ ବ୍ୟବସାୟୀ ଦୋକାନ ନଖୋଲନ୍ତି ତେବେ ସାଧାରଣ ଲୋକଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇଯିବ । ଆଉ ଶେଷରେ ଶୁଭିବ ଗୋଟିଏ ସ୍ବର ଆମକୁ ରକ୍ଷା କର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.