ETV Bharat / city

ସିଲଭର ସିଟିରେ ଡ୍ରେନେଜ ସମସ୍ୟା: ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠେଲା-ପେଲା, ହନ୍ତସନ୍ତ କଟକବାସୀ - cuttack drain problem

ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ କଟକ । ହନ୍ତସନ୍ତ ହେଉଛନ୍ତି ସହରବାସୀ । ସିଏମସି ଓ ଜାଇକା କଥାରେ ରହୁନି ତାଳମେଳ । ଅଧିକ ପଢନ୍ତୁ...

ଅସରାଏ ବର୍ଷାରେ ବେହାଲ ହୋଇପଡେ ସିଲଭର ସିଟି ; କେବେ ସୁଧୁରିବ ସ୍ଥିତି

author img

By

Published : Jul 6, 2021, 2:33 PM IST

କଟକ: ହଜାର ହଜାର ବର୍ଷର ପୁରୁଣା ସହର କଟକ । ସହରର ନାଁ ଟା ଶୁଣିଦେଲେ କେଜାଣି କାହିଁକି ଆପେଆପେ ମୁହଁରେ ହସ ଫୁଟିଉଠେ । ସେ ଭାଇଚାରା କଥା ହେଉ କି ଦହିବରା, କାଠଯୋଡି କୂଳ ହେଉ ଅବା ବାଉନ ବଜାର ତେପନ ଗଳି । ସବୁଥିରେ ରହିଛି କିଛି ଆପଣାର ଝଲକ । ଏ ସହରକୁ ସୁନ୍ଦର କରିବା କଥା ତ ସଭିଏଁ କୁହନ୍ତି ହେଲେ କାମ ପୁରା ଶୂନ । ଯାହାକୁ ପ୍ରମାଣ କରିଛି ବାଦାମବାଡିର ଏ ଦୃଶ୍ୟ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ କଟକର ବାଦାମବାଡି ଅଞ୍ଚଳ ।

ଅସରାଏ ବର୍ଷାରେ ବେହାଲ ହୋଇପଡେ ସିଲଭର ସିଟି ; କେବେ ସୁଧୁରିବ ସ୍ଥିତି

ସ୍ବଚ୍ଛତାଠୁ ବହୁ ଦୂରରେ ସହର । ସହରର ଅନେକ ସ୍ଥାନରେ ଡ୍ରେନେଜ ଅବସ୍ଥା କଥା କହିଲେ ନ ସରେ । ଡ୍ରେନରେ ଗଦା ହୋଇଛି କୁଢ କୁଢ ଅଳିଆ । ଫଳରେ ଅସରାଏ ବର୍ଷାରେ ଜଳାର୍ଣ୍ଣବ ହେଉଛି ସହର । ଏହି ସମସ୍ୟା ଏବେର ନୁହେଁ, ବରଂ ଦୀର୍ଘ ଦିନର । ଅଭିଯୋଗ ଯେ ସିଏମସି ଓ ଜାଇକାର ରହୁନି ତାଳମେଳ । ଯାହାଫଳରେ ହନ୍ତସନ୍ତ ହେଉଛନ୍ତି କଟକବାସୀ ।

ବର୍ଷା ଆସିଲେ କଟକବାସୀଙ୍କ ଛାତିରେ ପଶେ ଛନକା । ସରକାରୀ ରିପୋର୍ଟ କହୁଛି ଡ୍ରେନ ସମସ୍ୟା ଯୋଗୁଁ ଏଯାବତ 10 ଜୀବନ ଗଲାଣି । ସହରରେ ୧୭୨୪ କିଲୋମିଟର ଡ୍ରେନ ପରିବ୍ୟାପ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ଡ୍ରେନ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ । ସହରରେ ମୋଟ ୨୯ କିଲୋମିଟର ଶାଖା ଡ୍ରେନ ରହିଥିବାବେଳେ ୬୫୦ କିଲୋମିଟର ମେଜର ସର୍ଫେସ ଡ୍ରେନ ଏବଂ ୧୦୮୦ କିଲୋମିଟର ଛୋଟ ଡ୍ରେନ ରହିଛି । ଏଥିରୁ ପ୍ରାୟ ୫୦ ପ୍ରତିଶତ ଡ୍ରେନର ସ୍ଥିତି ଶୋଚନୀୟ ।

ସବୁଠାରୁ ବଡ଼ କଥା ହେଉଛି ଅନେକ ୱାର୍ଡରେ ନୂତନ ଡ୍ରେନ ନିର୍ମାଣ ହେଉଥିଲେ ବି ଜଳନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉନାହିଁ । ସଫେଇ ତ ବହୁ ଦୂରର କଥା । ଆଉ ଏଥିରୁ ବି ବାଦ ପଡୁନି କଟକର ମୁଖଶାଳା ବାଦାମବାଡ଼ି । ସେପଟେ ଜାଇକା ପ୍ରକଳ୍ପ ତ୍ବରାନ୍ବିତ ବେଗରେ ଚାଲିଛି, କାମ ସରିଲେ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ସିଏମସି କମିଶନର । ତେବେ କେବେ ଜାଇକା ପ୍ରକଳ୍ପ ଶେଷ ହେଵ । ଆଉ କେବେ ଜଳମଗ୍ନ ସମସ୍ୟାରୁ ସହରବାସୀ ମୁକୁଳିବେ, ତାହା କେବଳ ସମୟ ହିଁ କହିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.