ETV Bharat / city

ଦବୁଛି ବାଲି, ଚିନ୍ତାରେ ଶିକାରୀପୁର ନଦୀପଠା ଅଞ୍ଚଳ ବସ୍ତିବାସିନ୍ଦା

author img

By

Published : Jun 16, 2020, 5:48 PM IST

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଏହାର ଆଖପାଖ ଅଞ୍ଚଳରେ ଥିବା ବସ୍ତି ଗୁଡିକୁ ଉଚ୍ଛେଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତପୁରର ଶିକାରୀପୁର ଅଞ୍ଚଳରେ ଥିବା ନଦୀପଠା ନିକଟରେ ପ୍ରାୟ ଏକ ହଜାର ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଥିଲା । ହେଲେ ଯେଉଁ ବାଲି ସ୍ଥାନରେ ସେମାନଙ୍କୁ ରଖାଯାଇଛି ସେହି ବାଲି ଏବେ ଦବିବାରେ ଲାଗିଛି । ଯାହାକି ବସ୍ତିବାସିନ୍ଦାଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି । ଅପରପକ୍ଷେ ସେମାନଙ୍କୁ ମୌଳିକ ସେବା ଯୋଗାଇବାରେ ଜିଲ୍ଲାପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା ମିଳିତ ମଞ୍ଚ ।

ଦବୁଛି ବାଲି, ଚିନ୍ତାରେ ଶିକାରୀପୁର ନଦୀପଠା ଅଞ୍ଚଳର ବସ୍ତିବାସିନ୍ଦା

କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଏହାର ଆଖପାଖ ଅଞ୍ଚଳରେ ଥିବା ବସ୍ତି ଗୁଡିକୁ ଉଚ୍ଛେଦ କରାଯାଇଥିଲା । ସେଠାରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ଦେଇ ଜଗତପୁର ଅଞ୍ଚଳରେ ଥିବା ମଶାଣି ନିକଟରେ ଥଇଥାନ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ମିଳିଥିଲା ବିଭିନ୍ନ ପ୍ରତିଶୃତି । କିନ୍ତୁ ଏବେ ବସ୍ତିବାସିନ୍ଦାଙ୍କ ମନରେ ପଶିଯାଇଛି ଏକ ଅଜଣା ଭୟ ।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତପୁରର ଶିକାରୀପୁର ଅଞ୍ଚଳରେ ଥିବା ନଦୀପଠା ନିକଟରେ ପ୍ରାୟ ଏକ ହଜାର ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଥିଲା । ହେଲେ ଯେଉଁ ବାଲି ସ୍ଥାନରେ ସେମାନଙ୍କୁ ରଖାଯାଇଛି ସେହି ବାଲି ଏବେ ଦବିବାରେ ଲାଗିଛି । ଯାହାକି ବସ୍ତିବାସିନ୍ଦାଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ସେମାନଙ୍କ ପାଇଁ ଯେଉଁ ପାଇଖାନାର ବ୍ୟବସ୍ଥା କରାଯାଇଥିଲା ତାହା ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ହଜାର ବାସିନ୍ଦାଙ୍କ ପାଇଁ ମାତ୍ର ୩୫ଟି ପାଇଖାନା କରାଯାଇଛି । ତେବେ ସମୂହ ପାଇଖାନା କରାଯାଇଥିଲା ବେଳେ ମହିଳାଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ । ଫଳରେ ବାଧ୍ୟ ହୋଇ ସେମାନେ ବାହାରେ ମଳତ୍ୟାଗ କରୁଛନ୍ତି । ଏଥିସହ ଦୀର୍ଘ ୩ ମାସ ହେବ ବିନା ବିଦ୍ୟୁତରେ ସେଠାରେ ବସ୍ତିବାସିନ୍ଦା ଜୀବନ କାଟୁଛନ୍ତି । ଏମିତି ସ୍ଥିତିରେ ସେମାନଙ୍କୁ ମୌଳିକ ସେବା ଯୋଗାଇବାରେ ଜିଲ୍ଲାପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା ମିଳିତ ମଞ୍ଚ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.