କଟକ: ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ କରାଯାଉଛି । ତେବେ କଟକରେ ମଧ୍ୟ ଏହି ସଟଡାଉନର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।
ସହରର ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି । ଖାଁ ଖାଁ ଲାଗୁଛି କଟକ ସହର । କିଛି ଅମାନିଆ ନିୟମ ଉଲ୍ଲଂଘନ କରି ତଣ୍ଡ ମଧ୍ୟ ଗଣିଛନ୍ତି । ତେବେ କଟକ ସହରର କିପରି ସ୍ଥିତି ରହିଛି,ସେନେଇ କଟକ ବକ୍ସିବଜାର ଛକରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ