ETV Bharat / city

ଜଗାକୁ ଏକା କରି ଚାଲିଗଲା ବଳିଆ

author img

By

Published : Nov 25, 2020, 9:20 PM IST

Updated : Nov 25, 2020, 10:41 PM IST

ଜଗାକୁ ଏକା କରି ଚାଲିଗଲା ବଳିଆ
ଜଗାକୁ ଏକା କରି ଚାଲିଗଲା ବଳିଆ

20:03 November 25

କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଯୋଡାମୁଣ୍ଡ ଶିଶୁ ବଳିଆ । ଶତ ପ୍ରଚେଷ୍ଠା ସତ୍ତ୍ବେ କାଳିଆକୁ ଏକା କରି ଚାଲିଯାଇଛି ବଳିଆ । ଅଧିକ ପଢନ୍ତୁ....

ଜଗାକୁ ଏକା କରି ଚାଲିଗଲା ବଳିଆ

କଟକ: ଜୀବନ ସହ ସଂଗ୍ରାମ କରି ଶେଷରେ ହାରିଗଲା ଯୋଡାମୁଣ୍ଡ ଶିଶୁ ବଳିଆ । କଟକ ଏସସିବିରେ ଭେଣ୍ଟିଲେଟରେ ଚିକିତ୍ସାଧିନ ଅବସ୍ଥାରେ ବଳିଆର ମୃତ୍ୟୁ ହୋଇଛି । 16 ଜଣିଆ ଡାକ୍ତରୀ ଦଳ ବଳିଆର ଚିକିତ୍ସା କରୁଥିଲେ । ହେଲେ ଜୀବନ ଯୁଦ୍ଧରେ ହାର ମାନିଗଲା ବଳିଆ । ସେପ୍ଟିସିମିଆ ଯୋଗୁଁ ବଳିଆର ମୃତ୍ୟୁ  ହୋଇଥିବା ସୂଚନା । 

ଦିଲ୍ଲୀ ଏମ୍ସରୁ ଫେରିବା ପରେ ଅନେକ ଥର ଭେଣ୍ଟିଲେଟରରେ ରହୁଥିଲା ବଳିଆ । ସେପ୍ଟେମ୍ବର 7, 2019ରେ ଦିଲୀ ଏମ୍ସ ରୁ ଏସସିବି ଆସିଥିଲେ ଦୁଇ ଭାଇ । ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କୁ କରାଯାଉଥିଲା ଚିକିତ୍ସା ।  

ସୂଚନା ଅନୁସାରେ, ଗତବର୍ଷ ସେପ୍ଟେମ୍ବର ମାସରେ ଗୁରୁତର ହୋଇପଡ଼ିଥିଲା ବଳିଆ | ଛାତିରେ ସଂକ୍ରମଣ ଯୋଗୁଁ ବଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଶ୍ବାସରେ ବଳିଆକୁ କଷ୍ଟ ହେବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଆଜି ଫେଲ ମାରିଲା ଡାକ୍ତରୀ ଚିକିତ୍ସା । ବଳିଆକୁ ବଞ୍ଚାଇ ପାରିଲେନି ଦ୍ବିତୀୟ ଭଗବାନ ।  

ପ୍ରକାଶ ଯେ, ଗତ ୨୦୧୭ ଜୁଲାଇ ୧୪ ତାରିଖରେ ଓଡିଶାର ଏହି ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହାୟତାରେ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ଡାକ୍ତରୀ ଦଳ ଓଡିଶାର ଏହି ଯୋଡା ମୁଣ୍ଡ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର କରିଥିଲେ । ଯାହା ସାରା ଭାରତ ବର୍ଷରେ ଏକ ବିରଳ ଅସ୍ତ୍ରୋପଚାର ଭାବେ ଗଣାଯାଏ  । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଉଭୟ ଲିମକା ବୁକ୍ ରେକର୍ଡରେ ସ୍ଥାନ ପାଇଥିଲେ ।  

ସେପଟେ ବଳିଆ ମୃତ୍ୟୁ ଖବରକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଟ୍ବିଟ କରି ମନ୍ତ୍ରୀ ଲେଖିଛନ୍ତି, 'କାଳିଆର ଅକାଳ ବିୟୋଗ ଶୁଣି ଗଭୀର ଚକିତ ହେଲି । ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । 

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 25, 2020, 10:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.