ETV Bharat / city

ମୁକ୍ତିଲାଭ ଅପେକ୍ଷାରେ ମିହିର ଦାସଙ୍କ ମାଟିର ବନ୍ଧନ, ମାଟି କାରିଗର ଦେଲେ ନିଆରା ଉପହାର

author img

By

Published : Feb 8, 2022, 8:50 PM IST

କଳା ମାଧ୍ୟରେ ସ୍ବର୍ଗତ ମିହିର ଦାସଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଜଣାଇଲେ କଟକର ମାଟି କାରିଗର । ମାଟିରେ ଏକ ୭ ଫୁଟର ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହା ଆସନ୍ତା ୧୧ ମିହିରଙ୍କ ୬୩ତମ ଜନ୍ମ ବାର୍ଷିକୀ ଅବସରରେ ଉତ୍ସର୍ଗୀକୃତ କରାଯାଇଛି । ଅଧିକ ପଢନ୍ତୁ

ମୁକ୍ତିଲାଭ ଅପେକ୍ଷାରେ ମହିର ଦାସଙ୍କ ମାଟିର ବନ୍ଧନ, ମାଟି କାରିଗର ଦେଲେ ନିଆରା ଉପହାର

କଟକ: ଚାହୁଁ ଚାହୁଁ ଅଭିନେତା ମିହିର ଦାସଙ୍କ ଚାଲିଯିବାକୁ ମାସେ ପୁରିଲାଣି । ହେଲେ ଆଜିବି ତାଙ୍କ ସ୍ମୃତିରେ କଳାଜଗତ । କେବଳ ଯେ, କଳା ଜଗତ କାହିଁକି ବିଭିନ୍ନ ବର୍ଗର ଲୋକେ ବି ତାଙ୍କ ସ୍ମୃତିକୁ ପାଶୋରି ପାରିନାହାନ୍ତି । ଏହାରି ମଧ୍ୟରେ କଳା ମାଧ୍ୟରେ ନିଆରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକର ମାଟି କାରିଗର । ମିହିରଙ୍କ ମାଟିରେ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଦେଖିବାକୁ ମିଳିଛି ।

ତେବେ ମିହିରଙ୍କ ନିର୍ମାଣ ହୋଇଥିବା ଏହି ପ୍ରତିମୂର୍ତ୍ତିଟି ୭ ଫୁଟର । ମୂର୍ତ୍ତି ନିର୍ମାଣ ପାଇଁ ୧୫ ଜଣ କାରିଗର ନିୟୋଜିତ ହୋଇଛନ୍ତି । ମୂର୍ତ୍ତିଟି ଏକଦମ ଜୀବନ୍ତ ପରି ଲାଗୁଛି । ଯେ କେହିବି ମୂର୍ତ୍ତିକୁ ଦେଖିବ ମିହିରଙ୍କ ହସ ହସ ମୁହଁକୁ ମନେ ପକାଇବ ନିଶ୍ଚୟ । ତେବେ ପ୍ରତିମୂର୍ତ୍ତିଟି ମାର୍ବଲ, ପଥର କିମ୍ବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମାଣ ନ ହୋଇ ମାଟିରେ ନିର୍ମିତ କାହିଁକି ହୋଇଛି ସେନେଇ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ ।

ତେବେ ମାଟିର ମୂର୍ତ୍ତି ବାବଦରେ ଜାଣିଲେ ଯେ କେହିବି କାରିଗରମାନଙ୍କ ଭାବନାକୁ ବାଃ ବାଃ କହିବ । କାରିଗରଙ୍କ କହିବା ଅନୁସାରେ ୨୦୧୨ ରେ ସ୍ବର୍ଗତ ମିହିର ଦାସଙ୍କ 'ମାଟିର ବନ୍ଧନ' ସିନେମା ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ସେ ଏକ ମାଟି କାରିଗରର ଭୂମିକା ନିଭାଇଥିଲେ । ମାତ୍ର ବର୍ତ୍ତମାନ ମଧ୍ୟ ଚଳଚ୍ଚିତ୍ରଟି ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ ସେମାନେ ଆସନ୍ତା ୧୧ ତାରିଖ ମିହିରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ମୂର୍ତ୍ତି ନିର୍ମାଣ କରିଥିବା କହିଛନ୍ତି ।

ଅନ୍ୟପଟେ ଏହି ମାଟି ମୂର୍ତ୍ତି ମିହିରଙ୍କ ସ୍ମୃତିକୁ ସର୍ବଦା ସତେଜ ରଖିବ ବୋଲି ଅଭିନେତା ତଥା ରାଜ୍ୟ ସିନେ ଆଟିଷ୍ଟ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି । କାରଣ ମିହିର ଦାସ ଜଣେ ଏଭଳି ପ୍ରତିଭା ଯିଏକି ସିନେ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ନିଶ୍ଚୟ କଟକ ତଥା ସିନେ ଜଗତ ପାଇଁ ଏକ ବଡ଼ ଅବଦାନ ବୋଲି ଶ୍ରିତମ ଦାସ କହିଛନ୍ତି ।

ଦିନେ ଅଭିନୟରେ ମାଟି କାରିଗର ଚରିତ୍ର ନିଭାଇ ଥିବା ମଣିଷଟି ଆଜି ମାଟିରେ ମିଶି ଯାଇଛି ସତ, ହେଲେ ତାଙ୍କ କଳା ଆଜି ତାଙ୍କୁ ଜୀବିତ କରି ରଖିଛି । ଆଉ ଏହି ମାଟିକାରିଗରଙ୍କ କୃତ୍ତି ପୁଣିଥରେ ସେ ସ୍ମୃତିକୁ ଉଜ୍ଜିବୀତ କରିଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.