କଟକ : କଟକର ଦିନକୁ ଦିନ ବଢିବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ପୁରୁଣା ରାଉସାପଟଣାରେ ପୁଣି ୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ 5 ପଜେଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ କଣ୍ଟେନମେଣ୍ଟ ଜୋନରେ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ସିଏମସିର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି ।
ଏହି ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ନମୁନା ସଂଗ୍ରହ କରିବେ। ସେପଟେ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସିଏମସିର ଡେପୁଟି କମିଶନର।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ