କଟକ: ଓଡିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ସାବିତ୍ରୀ ରଥ । ଏନେଇ ମଙ୍ଗଳବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଓଡିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ପୂର୍ବରୁ ୧୫ ଥିଲାବେଳେ ଏବେ ଏହି ସଂଖ୍ୟା ୧୬ରେ ପହଞ୍ଚିଛି ।
ଗତ ଜାନୁଆରୀ ୨୨ ତାରିଖରେ ସୁପ୍ରିମକୋର୍ଟ କଲେଜିଏମ ତାଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ । ତାଙ୍କ ପୂର୍ବରୁ ଅମୀୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ମହିଳା ବିଚାରପତି ଭାବେ ଓଡିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ