ETV Bharat / city

ଆର୍‌ଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏକ ମାସ ମହଲତ - High Court's order

ଆର୍‌ଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଏକ ମାସ ମହଲତ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଆର୍‌ଟିଓ ଏଜେଣ୍ଟ
ଆର୍‌ଟିଓ ଏଜେଣ୍ଟ
author img

By

Published : Dec 9, 2020, 8:14 AM IST

କଟକ: ଆର୍‌ଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ବାଣିଜ୍ୟ ଓ ପରିବହନ ସଚିବ ଏବଂ ପରିବହନ କମିଶନରଙ୍କୁ ଏକ ମାସ ମହଲତ ମିଳିଛି। 2019, ନଭେମ୍ବର 15ରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାବେଳେ ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନାହାଁନ୍ତି ବୋଲି ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଏକ ମାସ ମହଲତ ଦେଇଛନ୍ତି କୋର୍ଟ ।

ଏହି ପ୍ରସଙ୍ଗରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ପାଇଁ ଏକ ମାସ ସମୟ ପ୍ରଦାନ କରିଛନ୍ତି।

ଯଦି ଏହି ସମୟ ଭିତରେ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରାନଯାଏ ତେବେ ଏହା ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଭାବେ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ ଆରଟିଓରୁ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କେତେକ ଏଜେଣ୍ଟ ଓ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.