ETV Bharat / city

ମରଣଯନ୍ତା ପାଲଟିଛି କଟକ ରାସ୍ତା, କେବେ ସୁଧୁରିବ ପରିସ୍ଥିତି

author img

By

Published : Aug 10, 2022, 9:20 PM IST

ଦବି ଯାଉଛି ସ୍ମାର୍ଟ ସିଟିର ରାସ୍ତା । ଅସୁରକ୍ଷିତ ହୋଇପଡ଼ିଛି କଟକ ସହରର ରାସ୍ତାଘାଟ । ବର୍ଷ ତମାମ କଟକ ସହରର ମୁଖ୍ୟ ରାସ୍ତାକୁ ନେଇ ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି ସୁଧାର ଆସୁନି । ଅଧିକ ପଢ଼ନ୍ତୁ

road problem in cuttack
ମରଣଯନ୍ତା ପାଲଟିଛି କଟକ ରାସ୍ତା, କେବେ ସୁଧୁରିବ ପରିସ୍ଥିତି?

କଟକ: ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷ ବର୍ଷ ଧରି ଖାଲଖମାରେ ଭର୍ତ୍ତି ଏହି ରାସ୍ତା । ବର୍ଷା ଦିନ ଆରମ୍ଭ ହେଲେ ଶୋଚନୀୟ ସ୍ଥିତି ଦେଖାଦିଏ । ଏକୌଣସି ଉପାନ୍ତ କିମ୍ବା ମଫସଲ ଅଞ୍ଚଳ ନୁହେଁ । କଟକ ମୁଖ୍ୟ ନଗରର ରାସ୍ତା । ଯାହା ଆପଣ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ । ସ୍ମାର୍ଟ ସିଟି କଟକରେ ସରକାରଙ୍କ ବିକାଶର ଅସଲ ଚିତ୍ର ପ୍ରତିଫଳିତ ହେଉଛି ।

ମରଣଯନ୍ତା ପାଲଟିଛି କଟକ ରାସ୍ତା

ଅସୁରକ୍ଷିତ ହୋଇପଡ଼ିଛି କଟକ ସହରର ରାସ୍ତାଘାଟ । ସଚେତନ ନହେଲେ ଚାଲି ଯାଇପାରେ ଜୀବନ । ହଠାତ ଦବି ଯାଉଛି ସହରର ରାସ୍ତା । ଇଞ୍ଚେ କି ଦୁଇ ଇଞ୍ଚେ ନୁହେଁ ରାସ୍ତା ମଝିରେ ୪ ଫୁଟରୁ ୬ ଫୁଟ ଗଭୀର ଗାତ ସୃଷ୍ଟି ହେଇଛି । ତାହା ପୁଣି ନିତିଦିନିଆ ଯାତାୟତ ରାସ୍ତାରେ । ଏଭଳି ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରନ୍ତି । ପ୍ରଶାସନର ଅବହେଳା ମନୋବୃତ୍ତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଜନସାଧାରଣ କହିଛନ୍ତି ।

ରାଜ୍ୟର ସର୍ବପୁରାତନ ନଗର ହେଉଛି କଟକ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି । ଏହା ସହରର ପ୍ରଥମ ଘଟଣା ନୁହେଁ । ଅନେକ ଥର ରାସ୍ତାରେ ଏଭଳି ବିରାଟ ବିରାଟ ଗାତ ସୃଷ୍ଟି ହୋଇଯାଉଛି । ବର୍ଷା ଦିନ କଥା ନକହିବା ଭଲ । ସୌଭାଗ୍ୟ ବଶତଃ କାହାର କୌଣସି କ୍ଷତି ଘଟିନାହିଁ । ମାତ୍ର ଏଭଳି ପରିସ୍ଥିତି ସୃଷ୍ଟି ହେଲେ କେତେବେଳେ କଣ ଅଘଟଣ ଘଟିବ ତାହା କେହି କହିପାରିବେ ନାହିଁ । ଜାଇକାର ଏହି ନିମ୍ନମାନର କାର୍ଯ୍ୟ ପାଇଁ ସହରରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା କଟକ ବାସିନ୍ଦା ଏବଂ ବାରବାଟି ବିଧାୟକ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ପୂର୍ବେ ଚୌଧୁରୀ ବଜାର ଅଞ୍ଚଳରେ ବିରାଟ ଗାତ ସୃଷ୍ଟି ହୋଇଥିଲା । କଟକ ମେୟର ଉକ୍ତ ସ୍ଥାନକୁ ଗସ୍ତ କରି ମରାମତି କରିଥିଲେ । ସେହିପରି ଦେଉଳ ସାହି ଛକରେ ସମାନ ଭାବରେ ରାସ୍ତା ଦବି ଗାତ ସୃଷ୍ଟି ହୋଇଥିବାବେଳେ ମେୟର ମରାମତି କରାଇଥିଲେ । ଏନେଇ ସିଏମସି ମେୟର ସୁବାସ ସିଂହ ପ୍ରତିକ୍ରିୟା ରଖି କହିଛନ୍ତି "ଜାଇକାକୁ ତାଗିଦ କରାଯାଇଛି, ସହରର ଏପରି ଅବସ୍ଥାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସ୍ଥାନରେ ଏହାର ଯାଞ୍ଚ କରାଗଲେ ଅଘଟଣ ଘଟିବ ନାହିଁ।" ନିର୍ଦ୍ଦେଶ କାର୍ଯ୍ୟକାରୀ କରାନଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ପ୍ରତିଶୃତି ଦେଇଛନ୍ତି ।

ନିଜକୁ ସ୍ମାର୍ଟ ସିଟି ବୋଲାଉଥିବା ସହର ଆଜି ପ୍ରଶାସନ ଆଖି ଆଢୁଆଳରେ ଅବହେଳିତ ହୋଇ ରହିଯାଇଛି । ପ୍ରତିଶୃତି ପେଡ଼ିରେ ପୂରି ଯାଇଛି ସହର । ହେଲେ ଦାବି ପୂରଣ ହେଉନି । କେବେ ସୁଧୁରିବ କଟକ ମହାନଗରର ରାସ୍ତା ତାହା ଦେଖିବାକୁ ବାକି ରହିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.