ETV Bharat / city

ରେଭେନ୍ସା ଛାତ୍ରୀ ମୃତ୍ୟୁ ଘଟଣା; କ୍ଷତିପୂରଣ ସହ ସ୍ଥାୟୀ ପ୍ରତିକାର ଦାବିରେ ଆନ୍ଦୋଳନ

ରେଭେନ୍ସା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ତାତିଲେ ଛାତ୍ରଛାତ୍ରୀ । ତୁରନ୍ତ କ୍ଷତିପୂରଣ ସହ ସ୍ଥାୟୀ ପ୍ରତିକାର ଦାବିରେ ଆନ୍ଦୋଳନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 6, 2019, 5:09 PM IST

କଟକ: ଗତକାଲି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଘଟଣା ପରଠାରୁ ଉତ୍ତେଜନା ଥମିବାର ନା ଧରୁନିଁ । ଗତକାଲି ଠାରୁ ସହପାଠୀ ଓ ସାଧାରଣ ଲୋକ ଆନ୍ଦୋଳନ କରୁଛନ୍ତି । କଲେଜ ସାମ୍ନାରେ ଥିବା ମୁଖ୍ୟ ରାସ୍ଥାକୁ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ରେଭେନ୍ସାର ଶତାଧିକ ଛାତ୍ରଛାତ୍ରୀ ।

ମୃତ ଛାତ୍ରୀଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତି ପୂରଣ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୁଖ୍ୟରାସ୍ତାରେ ହମ୍ପ୍ସ ଓ ସ୍ପୀଡ ବ୍ରେକର ଲଗାଇବା ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଛନ୍ତି । ଏହାସହ କେଉଁ ପରିସ୍ଥିତିରେ ରେଭେନ୍ସା ସମ୍ମୁଖକୁ ଟ୍ରକ ଆସିଲା ତାର ମଧ୍ୟ ତଦନ୍ତ କରିବା ପାଇଁ ଛାତ୍ରଛାତ୍ରୀ ଅଡି ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ କଟକ ଡିସିପିଙ୍କ ନିର୍ଦେଶରେ ଟ୍ରାଫିକ ଏସିପି ଘଟଣାର ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ରିପୋର୍ଟ ପାଇଲା ପରେ ଡିସିପି ଅଖିଳେଶ୍ବର ସିଂ 2ଜଣ ପୋଲିସ ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି । ଜଣେ କନେଷ୍ଟବଳ ଓ ଆଉ ଜଣେ ହାବିଲଦାର ଏହି ଘଟଣାରେ ନିଳମ୍ବିତ ହୋଇଛନ୍ତି । ଏହି ଦୁଇ ନିଳମ୍ବିତ ଅଧିକାରୀ ଟ୍ରକକୁ ବେଆଇନ ପାର୍କିଂ କରାଇଥିଲେ ବୋଲି ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଗତ କାଲି ରେଭେନ୍ଶା ବିଶ୍ୱବିଦ୍ୟାଳୟ ରେ ଜଣେ ଛାତ୍ରୀଙ୍କର ଦୁର୍ଘଟଣା ରେ ମୃତ୍ୟୁ କୁ ନେଇ ବଢୁଛି ଅସନ୍ତୋଷ।ତେଜୁଛି ଆନ୍ଦୋଳନ।ମୃତ ଛାତ୍ରୀ ଙ୍କ ପରିବାର କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ,ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସ୍ଥାୟୀ ପ୍ରତିକାର ଦାବି ରେ ଛାତ୍ର ଛାତ୍ରୀ ମାନେ ଆଜି ଆନ୍ଦୋଳନ କୁ ଓଲ୍ହାଇଛନ୍ତି।କଲେଜ ସାମ୍ନାରେ ଥିବା ମୁଖ୍ୟ ରାସ୍ଥାକୁ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ରେଭେନ୍ଶା ର ଶତାଧିକ ଛାତ୍ର ଛାତ୍ରୀ।
ବାରଣ ସତ୍ତ୍ୱେ ଦିନ ଦୀପହରରେ ବେଆଇନ ଭାବେ ଟ୍ରକ କିଭଳି ସହର ଭିତରେ ଯାତାୟତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ଛାତ୍ର ଛାତ୍ରୀ।ସେହିପରି ଟ୍ରାଫିକ ପୋଲିସ ଥାଇ ମଧ୍ୟ ବେଆଇନ ଭାବେ ଟ୍ରକ ଯାତାୟତ କରୁଛି।ଯାହାଫଳରେ ଦୁର୍ଘଟଣାରେ ଛାତ୍ରୀ ଜଣଙ୍କର ମୃତ୍ୟ ଘଟିଛି ବୋଲି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।ତେବେ ଛାତ୍ରୀଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୁରଣ, କଲେଜ ର ମୁଖ୍ୟ ରାସ୍ଥାରେ ସ୍ପୀଡ଼ ବ୍ରେକର ଲଗାଇବା,ରାସ୍ଥାରେ ହମ୍ସ ବସାଇବା ଆଦି ଦାବି କରି ଆନ୍ଦୋଳନକୁ ଓଲ୍ହାଇଛନ୍ତି ଛାତ୍ର ଛାତ୍ରୀ।
ଅନ୍ୟପଟେ କଟକ ଡିସିପି କହିଛନ୍ତି ଟ୍ରକ ଯାତାୟତ ପାଇଁ ବାରଣ ଥିବା ସତ୍ତ୍ୱେ କେଉଁ ପରିସ୍ଥିତିରେ ଟ୍ରକ ଉକ୍ତ ସ୍ଥାନ ଦେଇ ଯାଉଥିଲା,ତାହାର ତଦନ୍ତ ପାଇଁ ଟ୍ରାଫିକ ଏସିପି କୁ ଦାୟିତ୍ୱ ଦିଆଯାଇଛି।ଯେଉଁ ଟ୍ରାଫିକ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ଡିଉଟି କରୁଥିଲେ ଅର୍ଥାତ ଯେଉଁମାନେ ଏଥିରେ ଦୋଷୀ ତଦନ୍ତ ରିପୋର୍ଟ ଆସିଲାପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବାଇଟ - ଦେବବ୍ରତ ପାଢ଼ୀ,ରେଭେନ୍ଶା ଛାତ୍ର।
ବାଇଟ - ଅଖିଲେଶ୍ଵର ସିଂହ, ଡିସିପି କଟକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.