ETV Bharat / city

CMC Deputy Mayor Race: ବାଜିମାରିଲେ ରେଭେନ୍ସା ଛାତ୍ରୀ ଦମୟନ୍ତୀ

author img

By

Published : Apr 7, 2022, 11:15 AM IST

ଦମୟନ୍ତୀ ମାଝୀ ହେଲେ ସିଏମସି ଡେପୁଟି ମେୟର । ୪୯ ନମ୍ବର ୱାର୍ଡ କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ । ଅଧିକ ପଢନ୍ତୁ

CMC Deputy Mayor Race: ବାଜିମାରିଲେ ରେଭେନ୍ସା ଛାତ୍ରୀ ଦମୟନ୍ତୀ
CMC Deputy Mayor Race: ବାଜିମାରିଲେ ରେଭେନ୍ସା ଛାତ୍ରୀ ଦମୟନ୍ତୀ

କଟକ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କଟକ ଡେପୁଟି ମେୟର ରେସରେ ବାଜି ମାରିଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡ କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ । ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷର ପାଠ ପଢୁଛନ୍ତି ।

ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତେବେ ସେ ତାହାକୁ ସୁଚାରୁରୂପେ ତୁଲାଇବେ ବୋଲି ଗତକାଲି କହିଥିଲେ ଦମୟନ୍ତୀ । BJDର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦିରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ କଟକର ସର୍ଵ କନିଷ୍ଠ କର୍ପୋରେଟର ହେଉଛନ୍ତି ଦମୟନ୍ତୀ । ଅନ୍ୟପଟେ କଟକ ମହାନଗର ନିଗମ (ସିଏମ୍‌ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂହ । ଶପଥ ପାଠ କରାଇଛନ୍ତି ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ । ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମ୍‌ସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.