ETV Bharat / city

ସିଲଭରସିଟିରେ ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି, ଉତ୍ସାହିତ ଭକ୍ତ

author img

By

Published : Jun 23, 2022, 5:03 PM IST

ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବେ ରଥଯାତ୍ରା । ପୁରୀ, ରାଜ୍ୟର ଅନ୍ୟ ଜଗନ୍ନାଥ ମନ୍ଦିର ସମେତ ସିଲଭରସିଟି ମଧ୍ୟ ସଜବାଜ ଆରମ୍ଭ କରିଛି । ଏଥିଲାଗି ଭକ୍ତମାନେ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସିଲଭରସିଟିରେ ହେବ ରଥଯାତ୍ରା, ଉତ୍ସାହିତ ଭକ୍ତ
ସିଲଭରସିଟିରେ ହେବ ରଥଯାତ୍ରା, ଉତ୍ସାହିତ ଭକ୍ତ

କଟକ: ଉଠିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପାଚେରୀ । ଭକ୍ତଙ୍କ ଗହଣରେ ଝୁଲି ଝୁଲି ଆସିବେ ବଡ଼ଠାକୁର । କାରଣ ଆଉ ଦିନ କେଇଟା ପରେ ତିନିଠାକୁରଙ୍କ ପବିତ୍ର ରଥଯାତ୍ରା । ଏଥିପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି । କଟକରେ ରଥଯାତ୍ରା ପାଇଁ ବିଭିନ୍ନ ମନ୍ଦିରରେ ଏବେ ରଥ ନିର୍ମାଣ କାମରେ ଲାଗିଛନ୍ତି ମହାରଣା ଓ ଚିତ୍ରକର । ରଥଯାତ୍ରାକୁ ନେଇ ଭକ୍ତମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ସିଲଭରସିଟିରେ ହେବ ରଥଯାତ୍ରା, ଉତ୍ସାହିତ ଭକ୍ତ

ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଝୁଲି ଝୁଲି ଆସି ବିଜେ କରିବେ ରଥରେ । ତେବେ ଘୋଷଯାତ୍ରା ପାଇଁ କଟକରେ ଥିବା ଜଗନ୍ନାଥ ମନ୍ଦିରର ରଥଖଳା ଏବେ ଚଳଚଞ୍ଚଳ । ବିଶେଷ କରି ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟରେ ଏବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣରେ ଲାଗିଛନ୍ତି ପୁରୀର ମହାରଣା ଓ ଚିତ୍ରକର । କାଠକାମ ସରିବା ପରେ ଏବେ ରଙ୍ଗ କାମ ଜୋରସୋରରେ ଚାଲିଛି ।

ଆଉ ତିନି ଚାରି ଦିନ ମଧ୍ୟରେ ରଙ୍ଗ କାମ ସରିବା ପରେ ପାର୍ଶ୍ବ ଦେବାଦେବୀ, ସାରଥୀ ଓ ଘୋଡା ଲାଗିବା କାମ ଶେଷ ହେବ । ଖାଲି ସେତିକି ନୁହେଁ ରଥକୁ ସୁସଜ୍ଜିତ କରିବା ପାଇଁ ପରମ୍ପରା ଅନୁସାରେ ରଥ କପଡା ସିଲେଇ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଦୁଇବର୍ଷ ପରେ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି କହିଛନ୍ତି ମନ୍ଦିର କର୍ମକର୍ତ୍ତା ।

ଅନ୍ୟପଟେ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମହାନଗର ନିଗମ କରିଛି ବ୍ୟାପକ ପ୍ରସ୍ତୁତି । ରଥଯାତ୍ରା ଯାତ୍ରା ପୂର୍ବରୁ ସମସ୍ତ ବିଭାଗ ସହ ଆଲୋଚନା କରିଛନ୍ତି ମେୟର । ବିଶେଷକରି ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ସଫା ରଖିବା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭାଇଚାରାର ସହରରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।

ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ତେବେ ଭକ୍ତ ଅପେକ୍ଷା କରିଛି କେତେବେଳେ ସିଂହଦ୍ଵାର ଆଗରେ ଲାଗିବ ରଥ, ବସିବେ ବଡ଼ଠାକୁର ଆଉ ଆଖିରେ ଆଖି ମିଶାଇ ନିଜର ଗୁହାରି ଜଣାଇବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.