କଟକ: ମୃତ ଦୁଷ୍କର୍ମ ପୀଡିତ ଦଳିତ ଝିଅକୁ କେବେ ମିଳିବ ନ୍ୟାୟ । ଗଞ୍ଜାମ ଜିଲ୍ଲାର ଖୋଦ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। କାରଣ ସେହି ଜିଲ୍ଲାରୁ ରାଜ୍ୟକୁ ଆସିଛନ୍ତି ମୁଖିଆ ଓ ବାଚସ୍ପତି । ଏ ନେଇ ପୋଲିସ ଡିଜିଙ୍କୁ ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସିନ୍ଦା ।
ଗତ ମେ ମାସ 10 ତାରିଖରେ ଗଞ୍ଜାମ ଜିଲ୍ଲାରେ ଦଳିତ ଝିଅ ଦୁଷ୍କର୍ମ ଶିକାର ହୋଇ ପ୍ରାଣ ହରାଇଥିଲେ । ହେଲେ ଏଯାଏଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୋଲିସର ଛତ୍ରଛାୟା ତଳେ ଲୁଚିଛି ଦୋଷୀ । ସମସ୍ତ ପ୍ରମାଣ ରହିଛି ହେଲେ ଦୋଷୀକୁ କଣ ପାଇଁ ଗିରଫ କରାଯାଉନି ବୋଲି ଅଞ୍ଚଳର ବାସିନ୍ଦା ପ୍ରଶ୍ନ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଝିଅ କୁ ମିଳୁନି ନ୍ୟାୟ। ତେବେ ଏହି ମାମଲାରେ ପୋଲିସ ଡିଜି ଖୋଦ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଉକ୍ତ ଅଞ୍ଚଳର ବାସିନ୍ଦା ।
କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ