ETV Bharat / city

ମାଗଣା ଟିକା ପଞ୍ଜିକରଣ କରି ଅସହାୟଙ୍କୁ ସହାୟତା କରୁଛନ୍ତି ରଞ୍ଜନ

author img

By

Published : Jun 24, 2021, 11:07 AM IST

କୋରୋନା ବିପଦ ସମୟରେ ସଞ୍ଜୀବନି ସାଜିଛି ଟିକା। ହେଲେ ଏହି ଟିକାକୁ ବୁକ କରିବା ପାଇଁ ଅନେକ ଲୋକଙ୍କ ପାଖରେ ନାହିଁ ଜ୍ଞାନ। ତେବେ ଏଭଳି ଅସୁବିଧାର ସମାଧାନ କରିବା ପାଇଁ ମାଗଣାରେ ସ୍ଲଟ ବୁକିଂ କରିବା ସହ ପଞ୍ଜୀକରଣ କରୁଛନ୍ତି କଟକ ସିଡିଏ ଅଞ୍ଚଳର ରଞ୍ଜନ କୁମାର ସେଠୀ। ଅଧିକ ପଢନ୍ତୁ...

ମାଗଣା ଟୀକା ପଞ୍ଜିକରଣ କରି ଅସହାୟଙ୍କୁ ସହାୟତା କରୁଛନ୍ତି ରଞ୍ଜନ

କଟକ: ଜାରି ରହିଛି କୋଭିଡ଼ର ପ୍ରକୋପ। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ସଂକ୍ରମଣ ସାଙ୍ଗକୁ ମୃତ୍ୟ ସଂଖ୍ୟା ମଧ୍ୟ ଉଚ୍ଚରେ। ତେବେ ଏହି ବିପଦ ସମୟରେ ସଞ୍ଜବନି ସାଜିଛି ଟିକା। ହେଲେ ଏହି ଟିକାକୁ ବୁକ କରିବା ପାଇଁ ଅନେକ ଲୋକଙ୍କ ପାଖରେ ନାହିଁ ଜ୍ଞାନ। ତେବେ ଏଭଳି ଅସୁବିଧାର ସମାଧାନ କରିବା ପାଇଁ ମାଗଣାରେ ସ୍ଲଟ ବୁକିଂ କରିବା ସହ ପଞ୍ଜୀକରଣ କରୁଛନ୍ତି କଟକ ସିଡିଏ ଅଞ୍ଚଳର ରଞ୍ଜନ କୁମାର ସେଠୀ। ବିଶେଷ କରି ଇଣ୍ଟରନେଟ ବାବଦରେ ଅନଭିଜ୍ଞ ଥିବା ବ୍ୟକ୍ତି ବିଶେଷମାନଙ୍କ ପାଇଁ ନିଶୁଳ୍କ ସେବା ଯୋଗାଇ ଚାଲିଛନ୍ତି ସେ।

କଟକ ସିଡିଏ ୬ ନମ୍ବର ୩୬୦ ମାର୍କେଟରେ ଇଣ୍ଟରନେଟ କାଫେ କରିଛନ୍ତି ରଞ୍ଜନ କୁମାର ସେଠୀ । ଯେବେଠାରୁ ଅନଲାଇନ ମାଧ୍ୟମରେ ବୁକିଂ ଆରମ୍ଭ ହୋଇଛି ସେବେଠାରୁ ରଞ୍ଜନ ଏହିଭଳି ଭାବରେ ଲୋକମାନଙ୍କୁ ସହଯୋଗ କରିଚାଲିଛନ୍ତି। ଦୈନିକ ପ୍ରାୟ ୧୦ ରୁ ୧୫ ଜଣଙ୍କର ପାଇଁ ସେ ପଞ୍ଜିକରଣ ଓ ସ୍ଲଟ ବୁକିଂ କରୁଛନ୍ତି। ଦିନ ୧୧ ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବା ବେଳେ ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରନ୍ତି ଆଉ ଅବଶିଷ୍ଟ ସମୟରେ ସେ ଏହି ନିଶୁଳ୍କ ସେବା ମାଧ୍ୟମରେ ଲୋକମାନଙ୍କର ପାଇଁ ସହଯୋଗ କରନ୍ତି। ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମସ୍ତଙ୍କୁ ଏହି କୋରୋନା ଟୀକା ନେବାର ଆବଶ୍ୟକତା ରହିଛି । ତେଣୁ କେହି ଗରିବ ଗୁରୁବା କିମ୍ବା ସ୍ମାର୍ଟଫୋନ ବ୍ୟବହାର ଶିଖିନଥିବା ବ୍ୟକ୍ତି ଯେପରି ଟୀକା ନେବାରୁ ବଞ୍ଚିତ ନହୁଅନ୍ତୁ। ସେଥିପାଇଁ ସେ ଏହି ସେବା ଜାରି ରଖିଛନ୍ତି ।

ଅନ୍ୟପଟେ ରଞ୍ଜନ କୁମାର ସେଠୀ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକଙ୍କ ପାଇଁ ଏହିଭଳି ଭାବରେ ମାଗଣାରେ ସ୍ଲଟ ବୁକିଂ କରିସାରିଥିବା ବେଳେ ତାଙ୍କର ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ଦ୍ୱାରା ଉପକୃତ ହୋଇଥିବା ସ୍ଥାନୀୟ ବାସିନ୍ଦା। ସେମାନଙ୍କର କହିବା ଅନୁଯାୟୀ ଯେତେବେଳେ ଏହି ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ତାଙ୍କୁ ଏହି ସମ୍ପର୍କରେ କିଛି ଜଣା ନଥିଲା । କିନ୍ତୁ ରଞ୍ଜନ ଭାଇଙ୍କ ସହଯୋଗରେ ସେମାନେ ସ୍ଲଟ ବୁକିଂ କରି ପାରିବା ସହ ଟୀକା ମଧ୍ୟ ନେଇଥିବା କହିଛନ୍ତି ଅନେକ ଗ୍ରାହକ । ଏହି କୋଭିଡ ମହାମାରୀ ସମୟରେ ଅନେକ ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷ ଅନ୍ୟମାନଙ୍କୁ ସହଯୋଗ କରୁଛନ୍ତି । ସେହିଭଳି ରଞ୍ଜନଙ୍କର ଏହି ନିଆରା ସମାଜସେବା ନିଶ୍ଚିତ ଭାବରେ ପ୍ରଶଂସନୀୟ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.