ETV Bharat / city

ପୁରୀ ହାଜତ ମୃତ୍ୟୁ ମାମଲା; ହାଇକୋର୍ଟରେ ଦାଖଲ ହେଲା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ

author img

By

Published : May 12, 2021, 3:49 PM IST

ବହୁ ଚର୍ଚ୍ଚିତ ପୁରୀ ହାଜର ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ ହୋଇଛି । ପୁରୀ ଜେଏମଏଫସି ଘଟଣାର ତଦନ୍ତ କରିଥିବା ବେଳେ ତଦନ୍ତ ରିପୋର୍ଟ ଜିଲ୍ଲା ଜଜ ହାଇକୋର୍ଟରେ ଦାଖଲ କରିଛନ୍ତି । ଆସନ୍ତା ଜୁନ ୯ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

Puri custodial death case judiciary enquiry report submit in Highcourt
ପୁରୀ ହାଜତ ମୃତ୍ୟୁ ମାମଲା; ହାଇକୋର୍ଟରେ ଦାଖଲ ହେଲା ବିଚାରବିଭାଗୀୟ ତଦନ୍ତ ରିପୋର୍ଟ

କଟକ: ପୁରୀ ହାଜର ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ ହୋଇଛି । ପୁରୀ ଜେଏମଏଫସିଙ୍କ ଦ୍ଵାରା ହୋଇଥିବା ଏହି ତଦନ୍ତ ରିପୋର୍ଟକୁ ପୁରୀ ଜିଲ୍ଲା ଜଜ ହାଇକୋର୍ଟରେ ଦାଖଲ କରିଛନ୍ତି । ଏହା ସହ କେ ରମେଶଙ୍କ ମୃତ୍ୟୁ ନେଇ ଏକ ଷ୍ଟାଟସ ରିପୋର୍ଟ ପୁରୀ ଏସପି ଦାଖଲ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ରିପୋର୍ଟ ଦାଖଲ ହୋଇପାରି ନାହିଁ । ଏହି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ନେଇଛନ୍ତି ସରକାରୀ ଓକିଲ । ଆସନ୍ତା ଜୁନ ୯ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହା ପୂର୍ବରୁ ପୁରୀ ଏସପି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି।

ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରିଥିବା ବେଳେ ତଦନ୍ତ ଶେଷ ହୋଇ ସେହି ରିପୋର୍ଟ ଜିଲ୍ଲା ଜଜଙ୍କୁ ପ୍ରଦାନ କରିଥିଲେ । ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ଗତ ଜାନୁୟାରୀ ୨୭ ତାରିଖରେ ରିଜେଣ୍ଡର ଦାଖଲ କରାଯାଇଥିଲା । ମୃତକ କେ ରମେଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କେସ ନମ୍ବର ୩୧୮/୨୦୨୦ ରେ ଏତାଲା ବିବରଣୀରେ ଟାମ୍ପରିଂ ହୋଇଥିବା ଏହି ରିଜେଣ୍ଡରରେ ଅଭିଯୋଗ କରିଥିଲେ ଆବେଦନକାରୀ । ଏହା ପୂର୍ବରୁ ଜାନୁଆରୀ ୧୧ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସେହି ଦିନ ପୁରୀ ଏସପି କୌନବର ବିଶାଲ ସିଂଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଏହି ସତ୍ୟପାଠରେ ଦର୍ଶାଇଥିଲେ ପୁରୀ ଏସପି । ଏହା ସହ ଆବେଦନ ହୋଇଥିବା ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦର୍ଶାଇଥିଲେ। ପୁରୀ ଏସପିଙ୍କ ପକ୍ଷରୁ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିଲା । ପୂର୍ବରୁ ପୁରୀ ଏସପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ,ଉପଯୁକ୍ତ କ୍ଷତିପୂରଣ ସହ ,ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ,ଗୃହ ସଚିବ,ପୁରୀ ଜିଲ୍ଲାପାଳ,ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.