ETV Bharat / city

କଟକଣା ମଧ୍ୟରେ ପାର୍ବଣ ଋତୁ: ଗାଇଡଲାଇନ ପରିବର୍ତ୍ତନ ନେଇ ହାଇକୋର୍ଟ ଗଲେ ଟ୍ବିନସିଟି ପୂଜା କମିଟି - ଟ୍ବିନସିଟି ପୂଜା କମିଟି

ଦଶହରାଠୁ କାଳୀ ପୂଜା ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ଯାହାକୁ ନେଇ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ଅସନ୍ତୋଷ । ଏହି ଗାଇଡଲାଇନ ଦ୍ବାରା ବର୍ଷ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

କଟକଣା ମଧ୍ୟରେ ପାର୍ବଣ ଋତୁ: ଗାଇଡଲାଇନ ପରିବର୍ତ୍ତନ ନେଇ ହାଇକୋର୍ଟ ଗଲେ ଟ୍ବିନସିଟି ପୂଜା କମିଟି

author img

By

Published : Sep 10, 2020, 10:55 PM IST

କଟକ: ପାର୍ବଣ ଋତୁ ପାଇଁ ଜାରି ହେଲା ଗାଇଡଲାଇନ । କଟକଣା ମଧ୍ୟରେ ପାଳନ ହେବ ମା’ଙ୍କ ପୂଜା । 4 ଫୁଟ ଭିତରେ ରହିବ ମୂର୍ତ୍ତିର ଉଚ୍ଚତା । 3 ଦିଗରୁ ବନ୍ଦ ରହିବ ପୂଜା ପେଣ୍ଡାଲ । ମାଙ୍କୁ ଦର୍ଶନ କରି ପାରିବେ ନାହିଁ ଭକ୍ତ । ସେହିଭଳି ଭସାଣୀ ଶୋଭାଯାତ୍ରକୁ ମଧ୍ୟ ବାରଣ କରାଯାଇଛି । କେହି ବି ନିୟମ ଉଲ୍ଲଙ୍ଘନ କଲେ ହେବ କଡା କାର୍ଯ୍ୟନୁଷ୍ଠାନ ।

କଟକଣା ମଧ୍ୟରେ ପାର୍ବଣ ଋତୁ: ଗାଇଡଲାଇନ ପରିବର୍ତ୍ତନ ନେଇ ହାଇକୋର୍ଟ ଗଲେ ଟ୍ବିନସିଟି ପୂଜା କମିଟି

ଦଶହରାଠୁ କାଳୀ ପୂଜା ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ଯାହାକୁ ନେଇ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ଅସନ୍ତୋଷ । ଏହି ଗାଇଡଲାଇନ ଦ୍ବାରା ବର୍ଷ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । କାରଣ ମୂର୍ତ୍ତିର ଉଚ୍ଚତା କମିଲେ ନୂତନ ଛାଞ୍ଚର ଆବଶ୍ୟକ ପଡିବ । ସେହିପରି ଖଡମାକୁ ବି ପରିବର୍ତ୍ତନ କରିବାକୁ ପଡିବ। ଆଉ ଏଥି ପାଇଁ ହାତରେ ଆଉ ସମୟ ନାହିଁ । କାରଣ ଆସନ୍ତା ୧୭ ତାରିଖରେ ମହାଳାୟା । ମା’ଙ୍କ ଦେହରେ ଲାଗି ହେବ ଖଡ଼ି । ଆଉ ଏହି କମ ସମୟ ମଧ୍ୟରେ ଏସବୁ ପରିବର୍ତ୍ତନ ଅସମ୍ଭବ । ତେଣୁ ଗାଇଡଲାଇନରେ ପରିବର୍ତ୍ତନ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନେକ ପୂଜା କମିଟି ।

ସେପଟେ କିନ୍ତୁ ମୂର୍ତ୍ତି ନିର୍ମାଣକୁ ନେଇ କୌଣସି ନିଷ୍କର୍ଷ ବାହାରି ନଥିଲା ବେଳେ ବାଲୁବଜାର ପୂଜା କମିଟି ଆରମ୍ଭ କରିସାରିଲାଣି ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ପାରମ୍ପାରିକ ପ୍ରଥା ଅନୁଯାୟୀ, ପୂଜା ନିମନ୍ତେ ପ୍ରଥମେ କୋର୍ଟର ଦ୍ବାରସ୍ଥ ହୋଇଥିଲା ଏହି ସର୍ବପୂରାତନ ପୂଜା କମିଟି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୂର୍ତ୍ତି ନିର୍ମାଣ ହୋଇଥିବା କହିଛନ୍ତି ପୂଜାକମିଟି ସଭାପତି

ତେବେ ପୂର୍ବଭଳି ମୂର୍ତ୍ତି ଆକାର ଓ ବିନା ଆବଦ୍ଧରେ ଦଶହରା ପୂଜା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଟକର ୨୫ଟି ପୂଜା ମଣ୍ଡପ । ଆସନ୍ତା ସୋମବାର ଏହି ମାମଲାର ଶୁଣାଣି କରିପାରନ୍ତି ହାଇକୋର୍ଟ ।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.