ETV Bharat / city

ଚପାଯାଉଛି କୋଭିଡ ମୃତ୍ୟୁସଂଖ୍ୟା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା - public interest litigation

ରାଜ୍ୟସରକାର ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ମୃତ୍ୟୁସଂଖ୍ୟା ଚାପି ଦେଉଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ...

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର
ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର
author img

By

Published : Jun 18, 2021, 4:35 PM IST

କଟକ: ରାଜ୍ୟରେ ଦୈନିକ 30 ତଳେ ରହୁଛି କୋରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା । କୋରୋନାରେ ଦିନକୁ 30ରୁ ଅଧିକ ରୋଗୀଙ୍କ ଜୀବନ ଯାଉଛି । ରାଜ୍ୟ ସରକାର ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ମୃତ୍ୟୁସଂଖ୍ୟା ଚାପି ଦେଉଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି ।

ଚପାଯାଉଛି କୋଭିଡ ମୃତ୍ୟୁସଂଖ୍ୟା

ଏଥିରେ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । କୋଭିଡଜନିତ ମୃତ୍ୟୁର ସ୍ବତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । କୋଭିଡ ମୃତ୍ୟୁସଂଖ୍ୟାରେ ସ୍ବତନ୍ତ୍ର ତଦନ୍ତ କରିବା ପାଇଁ ହାଇକୋର୍ଟକୁ ନିବେଦନ କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର ।

ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାରଙ୍କ ଅଫିସିଆଲ ପୋର୍ଟାଲ ରିପୋର୍ଟ ଓ ବିଭିନ୍ନ ଜିଲ୍ଲାର ସିଡିଏମଙ୍କ ରିପୋର୍ଟରେ ତାଳମେଳ ରହୁନାହିଁ । ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛି ଯେ ମୃତ୍ୟୁସଂଖ୍ୟାରେ ତଥ୍ୟ ଲୁଚାଯାଉଛି । ଏ ଦିଗରେ ସ୍ବତନ୍ତ୍ର ଅଡିଟ କରାଯାଇ ପ୍ରକୃତ ରିପୋର୍ଟ ପ୍ରକାଶ କରିବାକୁ କହିଛନ୍ତି ଆବେଦନକାରୀ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.