ETV Bharat / city

ହେରିଟେଜ ସିଟି ନେଇ ଜନଶୁଣାଣି ଅନୁଷ୍ଠିତ - Heritage City

ହେରିଟେଜ ସିଟି ନେଇ ନିଳାଦ୍ରୀ ଭକ୍ତ ନିବାସରେ ଜନଶୁଣାଣି ଅନୁଷ୍ଠିତ । ୧୩ ପ୍ରତିଶତ ପାଇଁ ଜମିଅଧିଗ୍ରହଣ ଧାରା ୧୬(୫)ରେ ଏହି ଜନଶୁଣାଣିରେ ଅଭିଯୋଗ ଶୁଣାଯାଇଛି । ଅଧିକ ପଢନ୍ତୁ...

ହେରିଟେଜ ସିଟି ନେଇ ଜନଶୁଣାଣି
ହେରିଟେଜ ସିଟି ନେଇ ଜନଶୁଣାଣି
author img

By

Published : Feb 10, 2021, 10:48 AM IST

Updated : Feb 10, 2021, 4:04 PM IST

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସୁରକ୍ଷା ଜୋନ ଓ ଐତିହ୍ୟ କରିଡର ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି । ପ୍ରାୟ ୮୭ପ୍ରତିଶତ ଜମି ଅଧିଗ୍ରହଣ ସରିଥିବାବେଳେ ବିଭିନ୍ନ କାରଣରୁ ଅଧିଗ୍ରହଣ ହୋଇପାରିନଥିବା ଅବଶିଷ୍ଟ ୧୩ ପ୍ରତିଶତ ପାଇଁ ଜମିଅଧିଗ୍ରହଣ ଧାରା ୧୬(୫)ରେ ଏହି ଜନଶୁଣାଣିରେ ଅଭିଯୋଗ ଶୁଣାଯାଇଛି । ପୁନର୍ବାସ ଓ ପୁନଃଥଇଥାନ ଯୋଜନା ଅନୁଯାୟୀ ସହମତି ଭିତ୍ତିରେ ଜମିଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଏହି ହେରିଟେଜ କରିଡର ଅନ୍ତର୍ଗତ ବାସେଳୀସାହି,ମଣିକର୍ଣ୍ଣିକା,କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୂଡଙ୍ଗ ସାହିର ୧୫ ଏକର ୧୪୬ ଡିସିମିଲ ଜମି ମଧ୍ୟରୁ ୧୧ଏକର ଜମି ଅଧିଗ୍ରହଣ ଶେଷ ହୋଇଛି ।

ହେରିଟେଜ ସିଟି ନେଇ ଜନଶୁଣାଣି ଅନୁଷ୍ଠିତ

ଅବଶିଷ୍ଟ ୪ ଏକର ଜମି ଅଧିଗ୍ରହଣ ପାଇଁ ଆଜି(ବୁଧବାର) ହୋଇଥିବା ଜନଶୁଣାଣିରେ ବିସ୍ତୃତ ଆଲୋଚନା ହୋଇଛି। କ୍ଷତିଗ୍ରସ୍ତ ହେବାକୁ ଥିବା ବିସ୍ଥାପିତ ସେମାନଙ୍କ ଅଭିଯୋଗ ଓ ପକ୍ଷ ରଖିଛନ୍ତି। ଗତବର୍ଷ ଅକ୍ଟୋବର ୧୦ତାରିଖରେ ଜନଶୁଣାଣି ହୋଇଥିଲା। ଆଉ ମାତ୍ର ୩୭ଟି ପ୍ଲଟ ପାଇଁ ସମସ୍ୟା ରହିଛି। ମଠାଧିଶମାନେ ଯୁକ୍ତି ରଖିଛନ୍ତି ମଠର ସ୍ବତନ୍ତ୍ରତା ରକ୍ଷା ପାଇଁ ଶ୍ରୀମନ୍ଦିରର ଠାରୁ ୧୦୦ମିଟର ମଧ୍ୟରେ ଜମି ଯୋଗାଇବା,ଜମିର ମାଲିକାନା ସତ୍ବ ସ୍ପଷ୍ଟ କରିବା । ଏହାସହ ମଠ ମାର୍ଫତରେ ନିର୍ମାଣାଧୀନ ନୂତନ ଓ ପୁରାତନ ମଠ କାର୍ଯ୍ୟ କରାଯାଉ।

ସେହିପରି ପୁନର୍ବାସ ଓ ପୁନଃଥଇଥାନ ଯୋଜନା ଓ ସ୍ବତନ୍ତ୍ର ପ୍ୟାକେଜରେ ଅନ୍ତର୍ଭୁକ୍ତ ହୋଇନଥିବା କ୍ଷତିଗ୍ରସ୍ତଙ୍କୁ ସାମିଲ କରିବା । ପାରିବାରିକ ବିବାଦ ଓ ଅଦାଲତ ମାମଲା ଥିବା କେସ ଗୁଡିକର ଫଇସଲା,ବିସ୍ଥାପିତ ଲୋକଙ୍କୁ ନିର୍ବିବାଦୀୟ ଜମି ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଥିଲା। ଅଧିକାଂଶ ଜନଶୁଣାଣିରେ ସହମତ ହୋଇଥିବାବେଳେ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ସହମତି ଭିତ୍ତିରେ ସମସ୍ତ ଜମି ଅଧିଗ୍ରହଣ କରାଯାଇ ହେରିଟେଜ କରିଡର କାର୍ଯ୍ୟ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Feb 10, 2021, 4:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.