ETV Bharat / city

ପରୀକ୍ଷା ବାତିଲ ଦାବିରେ ଗର୍ଜିଲେ ଶୈଳବାଳା କଲେଜ ଛାତ୍ରୀ - ଛାତ୍ରୀଙ୍କ ଧାରଣା

ଅଫଲାଇନ ପରୀକ୍ଷା ବାତିଲ ଦାବିରେ କଟକ ଶୈଳବାଳା ସ୍ବୟଂସାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଧାରଣା । ଅଧିକ ପଢନ୍ତୁ...

ପରୀକ୍ଷା ବାତିଲ ଗର୍ଜିଲେ ଶୈଳବାଳା କଲେଜ ଛାତ୍ରୀ

author img

By

Published : Nov 8, 2021, 12:42 PM IST

କଟକ: ଅଫଲାଇନ ପରୀକ୍ଷା ବାତିଲ ଦାବିରେ ଛାତ୍ରୀଙ୍କ ଧାରଣା । କଟକ ଶୈଳବାଳା ସ୍ବୟଂସାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଅଫଲାଇନ ପରୀକ୍ଷା ବାତିଲ ପାଇଁ ଆଜି କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି । ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷା ବାତିଲ ଏବଂ ମିଡ ସେମ ପରୀକ୍ଷାକୁ ଅନଲାଇନ କରିବା ଦାବିରେ ଧାରଣାରେ ବସିଛନ୍ତି ।

ପରୀକ୍ଷା ବାତିଲ ଗର୍ଜିଲେ ଶୈଳବାଳା କଲେଜ ଛାତ୍ରୀ

ତେବେ ପ୍ରତିବାଦ କରିଥିବା ସମୟରେ କଲେଜ ଫାଟକରେ ଛାତ୍ରୀ ମାନେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି । ଯଦି ଦାବି ପୂରଣ ନହୁଏ ଆନ୍ଦୋଳନ ଜାରି ରହିବ ବୋଲି କଲେଜ ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି । ପାଠପଢା ଶେଷ ହୋଇନଥିବା ବେଳେ ପରୀକ୍ଷା କିପରି କରାଯାଉଛି ବୋଲି ଆନ୍ଦୋଳନରତ ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ସେପଟେ ଆଜି ଅପରାହ୍ନରେ ଏନେଇ ଏକ ବୈଠକ ଡକାଯାଇଛି ଏବଂ ବୈଠକରେ ଏହି ବାବଦରେ ଆଲୋଚନା କରାଯିବ ବୋଲି କହିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.