ETV Bharat / city

ତୁଟିଲା ବସ ଟର୍ମିନାଲ ବିବାଦ - protest against bus terminal in cuttack

bus terminal dispute solved
ତୁଟିଲା ବସ ଟର୍ମିନାଲ ବିବାଦ
author img

By

Published : Jan 27, 2021, 7:26 PM IST

Updated : Jan 27, 2021, 10:40 PM IST

19:22 January 27

ତୁଟିଲା ବସ ଟର୍ମିନାଲ ବିବାଦ

ତୁଟିଲା ବସ ଟର୍ମିନାଲ ବିବାଦ

କଟକ: ବସ ଟର୍ମିନାଲକୁ ବିରୋଧ କରି ପ୍ରତିବାଦ ପ୍ରସଙ୍ଗରେ ତୁଟିଛି ବିବାଦ। ତେବେ ସେହି ଅଞ୍ଚଳରେ କୌଣସି ଉଚ୍ଛେଦ କାର୍ଯ୍ୟ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ସେହିପରି ଖୁବଶୀଘ୍ର ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଖାନନଗରରେ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେବା ପରେ ବିବାଦ ଲାଗି ରହିଥିଲା। ବିଶେଷକରି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଏହି ସ୍ଥାନରେ ବସ ଷ୍ଟାଣ୍ଡ କରାଗଲେ ଅନେକ ଉଚ୍ଛେଦ ହେବ ବୋଲି ସେମାନଙ୍କ ମନରେ ବିଶ୍ବାସ ଥିଲା।ଯାହାକୁ ନେଇ ଶତାଧିକ ସ୍ଥାନୀୟ ବାସିନ୍ଦା ଶିଭାଯାତ୍ରାରେ ଆସି କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ସହ ଜିଲ୍ଳାପାଳ ,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଆଲୋଚନା କରିଥିଲେ। ପ୍ରକଳ୍ପ ସମ୍ପର୍କରେ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଜିଲ୍ଲାପାଳ। ଏପରିକି କୌଣସି ଉଚ୍ଛେଦ କାର୍ଯ୍ୟ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିବାରୁ ଆନ୍ଦୋଳନକାରୀ ମାନେ ଖୁସି ପ୍ରକଟ କରିଥିଲେ। ସେହିପରି ଏହାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 27, 2021, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.