ETV Bharat / city

ବଢୁଛି କୋରୋନା ରୋଗୀଙ୍କ ସଂଖ୍ୟା, ମନମାନି କରୁଛନ୍ତି ଘରୋଇ ହସ୍ପିଟାଲ

ରାଜ୍ୟରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ସ୍ଥିତି ଏମିତି କି ପ୍ରତ୍ୟକ ଦିନ ଅନେକ ମାତ୍ରାରେ ନୂଆ ନୂଆ ରୋଗୀ ହସ୍ପିଟାଲରେ ଆଡ଼ମିଟ ହେଉଛନ୍ତି । ଆଉ ଏଭଳି ସ୍ଥିତିରେ ରୋଗୀଙ୍କୁ ଶୋଷଣ କରୁଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ। ଅଧିକ ପଢନ୍ତୁ...

author img

By

Published : May 15, 2021, 8:26 PM IST

ଘରୋଇ ହସ୍ପିଟାଲଙ୍କ ମନମାନି
ଘରୋଇ ହସ୍ପିଟାଲଙ୍କ ମନମାନି

କଟକ: ରାଜ୍ୟରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ସ୍ଥିତି ଏମିତି କି ପ୍ରତ୍ୟକ ଦିନ ଅନେକ ମାତ୍ରାରେ ନୂଆ ନୂଆ ରୋଗୀ ହସ୍ପିଟାଲରେ ଆଡ଼ମିଟ ହେଉଛନ୍ତି । ଆଉ ଏଭଳି ସ୍ଥିତିରେ ରୋଗୀଙ୍କୁ ଶୋଷଣ କରୁଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ।

ଘରୋଇ ହସ୍ପିଟାଲଙ୍କ ମନମାନି

ସରକାରଙ୍କୁ ମିଛ ତଥ୍ୟ ଦେଇ କୋରୋନା ରୋଗୀଙ୍କୁ ଚିକିତ୍ସିତ କରିବାକୁ ଅନୁମତି ପାଇଛନ୍ତି କଟକର ଅନେକ ଘରୋଇ ହସ୍ପିଟାଲ। ଅନୁମତି ବେଳେ ଆଇସିୟୁ ବେଡ଼ ଥିବା ଦର୍ଶାଇଛନ୍ତି ସହରର କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ।

ମାତ୍ର ବାସ୍ତବିକ ସେମାନଙ୍କ ନିକଟରେ ଆଇସିୟୁ ବେଡ଼ ନଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ଯଦିଓ କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ।

ତଥାପି ଅନ୍ୟ ବାଟରେ ସାଧାରଣ ରୋଗୀଙ୍କୁ ଲୁଟୁଛନ୍ତି ଏମାନେ। କିଛି କିଛି ଘରୋଇ ହସ୍ପିଟାଲରେ କୋରୋନା ରୋଗୀଙ୍କ ସୁସ୍ଥ ହୋଇ ଦିସଚାର୍ଜ ସମୟରେ ୩,୦୦୦ ଟଙ୍କାର ଔଷଧ ନେବା ପାଇଁ ବାଧ୍ୟତାମୂଳକ କରାଯାଇଥିବା ଅଭିଯୋଗ ହୋଇଛି।

ସେହିପରି ଆମ୍ବୁଲାନ୍ସ ସେବା ପାଇଁ ମଧ୍ୟ ୩୦୦୦ ଟଙ୍କା ବାଧ୍ୟତାମୂଳକ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସମାଜସେବୀ ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି। ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସମାଜସେବୀ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.