କଟକ: ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରଧୀନ କଏଦୀ । ସେ ହେଉଛନ୍ତି ଜଗତସିଂହପୁରର ଆଲୋକ କୁମାର ସାହୁ । ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥାନ୍ତା । ହେଲେ ପୋଲିସ ଗାର୍ଡକୁ ଚକମା ଦେଇ ସେ ଉଭା ହୋଇଯାଇଛନ୍ତି ।
ଗତ 4 ତାରିଖରେ ଏକ ଚୋରି ମାମଲାରେ ଆଲୋକଙ୍କୁ ଗିରଫ କରିଥିଲା ରଘୁନାଥପୁର ଥାନା ପୋଲିସ । ତେବେ ଶୌଚ ଯିବା ଆଳରେ ପାଇଖାନା ଭିତରେ ଥିବା ଫିନାଇଲ ପିଇ ଗୁରୁତର ହୋଇଥିଲା ସେ । ତେବେ ଆଲୋକକୁ ଗୁରତର ଭାବେ କଟକ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ତେବେ ଆଜି କଏଦୀ ଏସସିବି ମେଡିକାଲରୁ ଚମ୍ପଟ ମାରିଛି । ଏହି ମାମଲାରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଉକ୍ତ କଏଦୀକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ଵର ସିଂ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ