ETV Bharat / city

ପୌର ନିର୍ବାଚନ ସଂରକ୍ଷଣ କେଁ, ପ୍ରତାପ ଜେନାଙ୍କ ସ୍ପଷ୍ଟୀକରଣ - municipal elections

ପଞ୍ଚାୟତ ଭଳି ଏହି ନିର୍ବାଚନରେ ମଧ୍ୟ ବିଭିନ୍ନ ପୌରପାଳିକା ଓ ଏନଏସି ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ । ତେବେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢ଼ନ୍ତୁ...

ପୌର ନିର୍ବାଚନ ସଂରକ୍ଷଣ କେଁ,  ପ୍ରତପ ଜେନାଙ୍କ ସ୍ପଷ୍ଟୀକରଣ

author img

By

Published : Oct 12, 2021, 5:27 PM IST

Updated : Oct 12, 2021, 7:10 PM IST

କଟକ: ପୌର ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ଜାରି ହୋଇଛି । ପଞ୍ଚାୟତ ଭଳି ଏହି ନିର୍ବାଚନରେ ମଧ୍ୟ ବିଭିନ୍ନ ପୌରପାଳିକା ଓ ଏନଏସି ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ । ସେଥିମଧ୍ୟରେ କେବଳ ଓବିସିଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ରହିବ । ଲୋକସଂଖ୍ୟା ମୁତାବକ ସଂରକ୍ଷଣ କରାଯିବ । ପୌର ନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ନାନା ପ୍ରଶ୍ନବାଣ କରିଛନ୍ତି । ତେବେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ପୌର ନିର୍ବାଚନ ସଂରକ୍ଷଣ କେଁ, ପ୍ରତପ ଜେନାଙ୍କ ସ୍ପଷ୍ଟୀକରଣ

ପୌର ନିର୍ବାଚନକୁ ନେଇ ବିଧାନସଭାର ଯେଉଁ ସଂଶୋଧନ ବିଲ୍‌ ପାସ ହୋଇଥିଲା, ସେହି ଅନୁଯାୟୀ ପୌର ନିର୍ବାଚନ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ପୌର ବା ଏନ୍‌ଏସି ଅଞ୍ଚଳରେ ହେବାକୁ ନିର୍ବାଚନ ପ୍ରତ୍ୟେକ ସିଟ୍‌ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିଛି ଓବିସିଙ୍କ ପାଇଁ ୨୭ ପ୍ରତିଶତ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହାଛଡ଼ା ସ୍ଥାନୀୟ ଜନସଂଖ୍ୟାକୁ ନେଇ ସଂରକ୍ଷଣ ବ୍ୟବସ୍ଥା ହେବ । ବିଜ୍ଞପ୍ତି ମୁତାବକ ବିଜେଡି ଦଳ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

କଟକ ମାହାଙ୍ଗାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ମନ୍ତ୍ରୀ ପ୍ରତାପ ଜେନା । ଏହି ସମୟରେ ସେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେଲା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ସର୍ବାଧିକ 50% ଭିତରେ ସୀମିତ ରଖାଯିବ । ସେହିପରି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା 27 ପ୍ରତିଶତ ମଧ୍ୟରେ ରହିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 12, 2021, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.