ETV Bharat / city

କୁଚିଣ୍ଡାରେ ଯୁବ କଂଗ୍ରେସ ସଭାପତିଙ୍କୁ ଆକ୍ରମଣ ଘଟଣା: ଡିଜିଙ୍କୁ ସାକ୍ଷାତ କଲା ଯୁବ କଂଗ୍ରେସ

author img

By

Published : Nov 2, 2021, 9:19 PM IST

ସମ୍ବଲପୁର କୁଚିଣ୍ଡାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧକୁ ବିଜେଡି ନେତାଙ୍କ ଆକ୍ରମଣ ଘଟଣା । ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲା ଓଡିଶା ପ୍ରଦେଶ ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

ଯୁବ କଂଗ୍ରେସ
ଯୁବ କଂଗ୍ରେସ

କଟକ: ସମ୍ବଲପୁର କୁଚିଣ୍ଡାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧକୁ ବିଜେଡି ନେତାଙ୍କ ଆକ୍ରମଣ ଘଟଣା । ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲା ଓଡିଶା ପ୍ରଦେଶ ଯୁବ କଂଗ୍ରେସ । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କ ପାଇଁ ଡିଜିଙ୍କୁ ନ୍ୟାୟ ମାଗିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା।

କୁଚିଣ୍ଡାରେ ଯୁବ କଂଗ୍ରେସ ସଭାପତିଙ୍କୁ ଆକ୍ରମଣ ଘଟଣା; ଡିଜିଙ୍କୁ ସାକ୍ଷାତ କଲା ଯୁବ କଂଗ୍ରେସ

ବିଜେଡି ଦଳର ଏପରି ଆକ୍ରମଣକୁ ପୋଲିସ ଘଣ୍ଟ ଘୋଡାଉଥିବା କହିଛନ୍ତି ସଭାପତି ସ୍ମୃତି ଲେଙ୍କା । ତେବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରୀ ଦଳର ଏପରି ଆଚରଣ ଗୁଣ୍ଡା ଗର୍ଦ୍ଦିର ପରିଚୟ ଦେଉଛି। ଏହି ଘଟଣାରେ ଦୁଇ ମନ୍ତ୍ରୀଙ୍କ ହାତ ଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସ୍ମୃତି ।

ଘଟଣାରେ ସମ୍ପୃକ୍ତ ଦୁଇ ମନ୍ତ୍ରୀ ଓ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.