ETV Bharat / city

ସତ୍ତା ହରାଉଛି ବାଦାମବାଡ଼ିର ପୁରୀ ବସଷ୍ଟାଣ୍ଡ

ଶୋଚନୀୟ ଅବସ୍ଥାରେ କଟକ ବାରବାଟୀର ବସଷ୍ଟାଣ୍ଡ । ସବୁ ଦେଖି ଚୁପ ବସିଛି ରାଜ୍ୟ ପରିବହନ ବିଭାଗ ।

author img

By

Published : Jul 3, 2019, 11:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ହଜାର ହଜାର ଭକ୍ତ ବସ ଯୋଗେ କଟକ ବାଦାମବାଡ଼ିରେ ଥିବା ପୁରୀ ବସଷ୍ଟାଣ୍ଡ ଦେଇ ପୁରୀ ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ସ୍ବତନ୍ତ୍ର 200 ବସର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ପୁରୀ ବସଷ୍ଟାଣ୍ଡ । ଏହା ଭିତରେ ଲହଡି ଭାଙ୍ଗୁଛି ନାଳପାଣି । ଆଉ ବସ ଷ୍ଟାଣ୍ଟ ଭିତରେ ଖାଲ ଖମାରେ ଭରି ରହିଥିବାରୁ ପାଦେ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି । ଆଉ ଏହା ସାଙ୍ଗକୁ ଅସହ୍ୟ ଦୁର୍ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଖାଲି ସେତିକି ନୁହେଁ ଏତେବଡ ବସଷ୍ଟାଣ୍ଟ ହୋଇଥିବା ସତ୍ତ୍ବେ କେଉଁଠି ଗୋଟେ ହେଲେ ମଧ୍ୟ ଡଷ୍ଟବିନର ବ୍ୟବସ୍ଥା କରାଯାଇନାହିଁ । ଏହା ସାଙ୍ଗକୁ ଶୌଚାଳୟ କଥାତ ନକହିବା ଭଲ । ତେବେ ବସଷ୍ଟାଣ୍ଡର ଏଭଳି ଶୋଚନୀୟ ଅବସ୍ଥା ଦେଖି ପରିବହନ ବିଭାଗର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ଉଠିଛି ।

ଅନ୍ୟପଟେ ପ୍ରତି ବସରୁ ପାର୍କିଂ ଫି ବାବଦକୁ ପ୍ରତ୍ୟକ ଦିନ ୧୫ ଟଙ୍କା ଓ ପ୍ରତି ଟ୍ରଲି ପିଛା ୨୦ ଟଙ୍କା ରାଜସ୍ବ ଆଦାୟ କରିଥାଏ ପରିବହନ ବିଭାଗ । ଏଭଳି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥାଏ ଏହି ବସଷ୍ଟାଣ୍ଡରୁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାତ୍ରୀ ମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ପରିବହନ ବିଭାଗ । ଅନ୍ୟପଟେ ରଥଯାତ୍ରା ପୂର୍ବରୁ ବସଷ୍ଟାଣ୍ଡର ଏଭଳି ଅବ୍ୟବସ୍ଥାକୁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାତି ପାହିଲେ ରଥଯାତ୍ରା।ହଜାର ହଜାର ଭକ୍ତ ବସ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ।ବିଶେଷକରି କଟକ ବାଦାମବାଡ଼ି ରେ ଥିବା ପୁରୀ ବସଷ୍ଟାଣ୍ଡ ଦେଇ ଯାତ୍ରା କରିବେ ହଜାର ହଜାର ଯାତ୍ରୀ।ଏଥିପାଇଁ ସ୍ୱତନ୍ତ୍ର 2 ଶହ ବସ ର ବ୍ୟବସ୍ଥା ମଧ୍ୟ କରାଯାଇଛି।କିନ୍ତୁ ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ବସଷ୍ଟାଣ୍ଡ।ବସଷ୍ଟାଣ୍ଡ ଭିତରେ ନାଳ ପାଣିର ଲହଡା ଖେଳୁଛି।ତେବେ ରାଜ୍ୟ ପରିବହନ ବିଭାଗ ର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନବାଚୀ।

Body:(ଭିଓ ୧)ଅବ୍ୟବସ୍ଥା ଘେରରେ କଟକ ର ମୁଖ ଶାଳା କୁହାଯାଉଥିବା ବାଦାମବାଡ଼ି ବସଷ୍ଟାଣ୍ଡ। ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି ପୁରୀ ବସଷ୍ଟାଣ୍ଡ।ବସଷ୍ଟାଣ୍ଡ ଭିତରେ ନାଳ ପାଣିର ଲହଡି ଭାଙ୍ଗୁଛି।ଷ୍ଟାଣ୍ଡ ଭିତରେ ଖାଲ ଢ଼ିପ ଯୋଗୁଁ ପାଦରେ ଯିବା କଷ୍ଟକର ହୋଇ ପଡିଛି।ପୂର୍ତ୍ତିମୟ ଗନ୍ଧରେ ବସଷ୍ଟାଣ୍ଡ ଭିତରକୁ ପଶି ହେଉନି।ଦୀର୍ଘ ଦିନ ହେବ ଷ୍ଟାଣ୍ଡ ପରିସରରୁ ଅଳିଆ ମଧ୍ୟ ଉଠୁନି। ଦିନକ ପରେ ରଥଯାତ୍ରା ଆଉ ଏହି ବସଷ୍ଟାଣ୍ଡ ଦେଇ ହଜାର ହଜାର ଭକ୍ତ ପୁରୀ ଅଭିମୁଖେ ଯାତ୍ରା କରିବେ। ସତେ ଯେପରି ଏଥିପ୍ରତି ପରିବହନ ବିଭାଗ ସମ୍ପୂର୍ଣ ଆଖି ବୁଜି ଦେଇଛି। ବାଇଟ -ଦୁର୍ଗା ପ୍ରସାଦ ଦାସ, ଯାତ୍ରୀ ବାଇଟ - ମଳୟ ମିଶ୍ର,ଯାତ୍ରୀ ବାଇଟ - ସୁଜିତ,ଯାତ୍ରୀ (ଭିଓ- ୨) ପ୍ରତ୍ୟକ ଦିନ ପ୍ରତି ବସ ରୁ ପାର୍କିଂ ଫି ବାବଦ ୧୫ ଟଙ୍କା ଓ ପ୍ରତି ଟ୍ରଲି ପିଛା ୨୦ ଟଙ୍କା ରାଜସ୍ୱ ଆଦାୟ କରିଥାଏ ପରିବହନ ବିଭାଗ।ଏଭଳି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥାଏ ଏହି ବସଷ୍ଟାଣ୍ଡ ରୁ।ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାତ୍ରୀ ମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ପରିବହନ ବିଭାଗ।ଅନ୍ୟପଟେ ରଥଯାତ୍ରା ପୂର୍ବରୁ ବସଷ୍ଟାଣ୍ଡ ର ଏଭଳି ଅବ୍ୟବସ୍ଥାକୁ ନେଇ କ୍ଷୋବ ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।ରଥଯାତ୍ରା ପୂର୍ବରୁ ଏନେଇ ବାରମ୍ବାର ଆଲୋଚନା କରାଯାଇଥିଲେ ବି କୌଣସି ଲାଭ ମିଳୁନାହିଁ।ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଉଛନ୍ତି କିନ୍ତୁ ନିଜର ପ୍ରତିଶୃତି ରଖି ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ବାଇଟ - ଆର ଏନ ବିଶୋଇ,ପରିବହନ ବିଭାଗ କର୍ମଚାରୀ। ବାଇଟ-ଦେବେନ୍ଦ୍ର ନାଥ ସାହୁ ,ସାଧାରଣ ସମ୍ପାଦକ ,ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।

Conclusion:ଷ୍ଟାଣ୍ଡ ପରିସରରେ କୌଣସି ସ୍ଥାନରେ ଡଷ୍ଟବିନ ଦେଖିବାକୁ ମିଳୁନି।ଏଠାରେ ପଇସା ଦିଆଯାଉଥିବା ଶୌଚାଳୟ ଅବସ୍ଥା ଭଲ ରହିଛି।କିନ୍ତୁ ବିନା ପଇସାରେ ଚାଲିଥିବା ଶୌଚାଳୟ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.