ETV Bharat / city

SCBରେ ପଦ୍ମଶ୍ରୀ କମଳା ପୂଜାରୀ, ଭେଟିଲେ ଉଭୟ ବିଜେପି ଓ ବିଜେଡ଼ି ନେତା

author img

By

Published : Aug 25, 2022, 3:26 PM IST

କଟକ ବଡ଼ ମେଡିକାଲ SCBରେ ଚିକିତ୍ସିତ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଉଭୟ ବିଜେଡି ଓ ବିଜେପି ତାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛି । ଅଧିକ ପଢନ୍ତୁ

SCBରେ ପଦ୍ମଶ୍ରୀ କମଳା ପୂଜାରୀ, ଭେଟିଲା ଉଭୟ ବିଜେପି ବିଜେଡ଼ି

କଟକ: SCB ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ (Padma Shri Kamala Pujari) ଭେଟିଛନ୍ତି ଉଭୟ ବିଜେଡି ଓ ବିଜେପି । ନ୍ୟୁ ମେଡିସନ ବିଭାଗରେ ଥିବା ଆଇସିୟୁରେ(ICU) ତାଙ୍କର ଜାରି ରହିଛି ଚିକିତ୍ସା । ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ କିପରି ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବ ସେ ଦିଗରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ଦଳ । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛି ଉଭୟ ଦଳ ।

ପଦ୍ମଶ୍ରୀ କମଳାଙ୍କୁ ଭେଟିବା ପରେ ବିଜେଡ଼ି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କହିଛନ୍ତି, "ସ୍ବାସ୍ଥ୍ୟବସ୍ଥା ଶୁଣି ଅତ୍ୟନ୍ତ ମର୍ମାହତ । ଆମ ମାଟିର ଗର୍ବ ଗୌରବ ପଦ୍ମଶ୍ରୀ କମଳାଙ୍କ ଅସୁସ୍ଥତା ଖବର ପାଇ ସୁପରିଟେଣ୍ଟେଣ୍ଟଙ୍କ ସହିତ କଥା ହେଇଛୁ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବା ପରେ ସମସ୍ତ ଆବଶ୍ୟକୀୟ ମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ସମ୍ପୂର୍ଣ୍ଣ ଶରୀରର ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ଏକ ଡାକ୍ତରୀ ଟିମ ଗଠନ କରାଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ।"

ଏହା ବି ପଢନ୍ତୁ- କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ସେପଟେ ବିଜେପି ରାଜ୍ୟ ସଂଖ୍ୟାଲଘୁ ସଭାପତି ସିକନ୍ଦର ଅଲ୍ଲୀ ମଧ୍ୟ ପଦ୍ମଶ୍ରୀ କମଳାଙ୍କୁ ଭେଟିଛନ୍ତି । ସେ କହିଛନ୍ତି, "କଟକ ବିଜେପି ପକ୍ଷରୁ ଆମେ ଆସି ତାଙ୍କ ସ୍ବାସ୍ଥ୍ୟବସ୍ଥା ପରଖିଛୁ । ସେ ଏବେ ଭଲ ସ୍ଥିତିରେ ରହିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛୁ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛୁ ।"

ସୂଚନା ଥାଉ କି, ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବା ପରେ ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ତାଙ୍କୁ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

କୋରାପୁଟ ଜିଲ୍ଲାର ପାତ୍ରପୁଟରେ ୩୦୦ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ । ଆଜିର ସମୟରେ ଲୋପ ପାଇବାକୁ ବସିଥିବା ବିଭିନ୍ନ କିଷମର ଧାନକୁ ‘ସିଡ୍‌ ବ୍ୟାଙ୍କ’ରେ ସାଇତି ରଖିଛନ୍ତି । ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ସେ ଅହରହ କାର୍ଯ୍ୟରତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.