ETV Bharat / city

ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣା, ଯାଞ୍ଚ କଲା ପୋଲିସ - କଟକ ଗଣେଶ ପୂଜା

ଦୀର୍ଘ ଦୁଇ ବର୍ଷ ପରେ କଟକର ବିଭିନ୍ନ ପୂଜା ମଣ୍ଡପରେ ଶୋଭା ପାଇବେ ଗଜାନନ । ଅଶୋଭନୀୟ ମୂର୍ତ୍ତି ତିଆରି ନେଇ କଡ଼ା ଚେତାବନୀ ଦେଲେ କଟକ ଡିସିପି । ଅଧିକ ପଢ଼ନ୍ତୁ

police warned for action against deformed ganesh idol making in cuttack
ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣାଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣା
author img

By

Published : Aug 26, 2022, 8:22 PM IST

କଟକ: ଆଉ ଦିନ କେଇଟା ପରେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷର କୋରୋନା କଟକଣା ପରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଧ୍ୟାତ୍ମିକ ମନୋଭାବ ନେଇ ଶୃଙ୍ଖଳିତ ଭାବେ ପାଳନ କରିବା ଉପରେ କମିଶନରେଟ ପୋଲିସ ଗୁରୁତ୍ବାରୋପ କରିଛି । ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଉଭୟ ମୂର୍ତ୍ତି କାରିଗର ଏବଂ କ୍ଲବ କର୍ମକର୍ତ୍ତାଙ୍କୁ ଚେତାଇ ଦେଉଛି (police warned for action against deformed ganesh idol making in cuttack) ।

ଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣାଅଶୋଭନୀୟ ଗଣେଶ ମୂର୍ତ୍ତି ତିଆରି ଉପରେ କଟକଣା

ଚଳିତ ଥର କଟକ ସହରରର ଅନେକ କ୍ଳବ ଓ କମିଟି ବେଶ ଉତ୍ସାହର ସହ ଗଣେଶ ପୂଜା ପାଳନ କରିବେ । ତେବେ କିଛି ଲୋକ ଭକ୍ତି ଓ ଶ୍ରଦ୍ଧା ନୁହେଁ ବରଂ ସଉକ ପାଇଁ ପୂଜା ପାଳୁଥିବା ଦେଖିବାକୁ ମିଳୁଛି । ଅଶୋଭନୀୟ ମୂର୍ତ୍ତି ପାଇଁ କାରିଗରଙ୍କୁ ବାଇନା ଦେଉଛନ୍ତି । କାରିଗର ମଧ୍ୟ ଟଙ୍କା ଲୋଭରେ ପୁଷ୍ପା ଷ୍ଟାଇଲ, ବାହୁବଳୀ, କୋର୍ଟ ସୁଟ ପିନ୍ଧା ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି (deformed ganesh idol) । ଯାହାକୁ ବେଶ ଗୁରୁତର ଭାବରେ ନେଇଛି ପୋଲିସ । ଏପରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚାଇ ଦେଇଛନ୍ତି । କେବଳ ସେତିକି ନୁହେଁ ବଳପୂର୍ବକ ଚାନ୍ଦା ଆଦାୟ, ନିଶା ସେବନ, ଉଚ୍ଚ ସ୍ବରରେ ଡିଜେ ବଜାଇବା ସର୍ବୋପରି ଅପରାଧଗତ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଏଥର ଭକ୍ତଙ୍କ ଗହଣରେ ଜମିବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ

ସେପଟେ ଶିଳ୍ପୀ କୁମ୍ଭାର ସାହିରେ କମିଶନରେଟ ପୋଲିସ ପହଞ୍ଚି ମୂର୍ତ୍ତି ଗୁଡ଼ିକର ଯାଞ୍ଚ କରି କାରିଗରଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଗଣେଶ ପୂଜା କମିଟି ସଭାପତି କହିଛନ୍ତି, "ପୂର୍ବ ଅପେକ୍ଷା ଅଶୋଭନୀୟ ମୂର୍ତ୍ତି ତିଆରି ମାତ୍ରା କମି ଗଲାଣି । ଲୋକମାନେ ଏଥିରୁ ନିବୃତ୍ତ ରହିବାକୁ କୁହାଯାଉଛି । ଆଗାମୀ ଦିନରେ ଏଭଳି କିଛି ଘଟଣା ଦେଖିବାକୁ ମିଳିବନି ବୋଲି ଆଶା କରାଯାଉଛି । ପ୍ରତି କ୍ଲବର କର୍ମକର୍ତ୍ତାଙ୍କୁ ଏନେଇ ଅବଗତ କରାଯାଉଛି ।" ସେପଟେ ବରିଷ୍ଠ ଶିଳ୍ପୀମାନେ ଏଭଳି ଅଶୋଭନୀୟ ତଥା ବିକୃତ ମୂର୍ତ୍ତି ତିଆରିକୁ ନାପସନ୍ଦ କରିଛନ୍ତି । ପୂର୍ବରୁ ଏପରି ହେଉନଥିଲା । ଏବେ କିଛି କାରିଗର ଅଧିକ ଟଙ୍କା ଆଶାରେ ଏପରି କାର୍ଯ୍ୟ କରୁଛନ୍ତି, ଯାହା ନିନ୍ଦନୀୟ । ଏଥିପାଇଁ ଉଭୟ କାରିଗର ଓ ଗ୍ରାହକ ଏଥିପାଇଁ ଦାୟୀ ବୋଲି ସେମାନେ କହିଛନ୍ତି ।

ଆସନ୍ତା 31 ତାରିଖରେ ଗଣେଶ ଚତୁର୍ଥୀ । କଟକ ସହରରେ ଗତ କିଛି ବର୍ଷ ହେବ ଏହି ପୂଜା ଯୁବ ଉତ୍ସବରେ ପରିଣତ ହୋଇଛି । ତେବେ ସମସ୍ତେ ଆଧ୍ୟାତ୍ମିକ ମନୋଭାବ ନେଇ ପାଳନ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.