ETV Bharat / city

ସିଲଭର ସିଟିରେ ପୋଲିସର ରଣହୁଙ୍କାର, କଡା ଚେକିଂ ଜାରି

author img

By

Published : Sep 18, 2020, 7:54 AM IST

ଲକଡାଉନ ଓ ସଟଡାଉନ ପାଇଁ ସାଧାରମ ଜନତାଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ଏହାକୁ ନଜରରେ ରଖି ଦେଶବ୍ୟାପୀ କୋହଳ ହୋଇଛି ନିୟମ । ଏନେଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଉଠିଛି ପୋଲିସର ରଣହୁଙ୍କାର । ସହରରେ ଯେଉଁଠି ଭିଡ ହେଉଛି ସେଠାରେ ପହଞ୍ଚୁଛି ପୋଲିସ ।

police checking, cuttack latest news, police checking in silver city, covid rules in cuttack, ପୋଲିସ ଚେକିଂ, କଟକ ଲାଟେଷ୍ଟ ନ୍ୟୁଜ୍‌, ସିଲଭର ସିଟିରେ ପୋଲିସ ଚେକିଂ, କଟକରେ କୋରୋନା ନିୟମ
ସିଲଭର ସିଟିରେ ପୋଲିସର ରଣହୁଙ୍କାର, କଡା ଚେକିଂ ଜାରି

କଟକ: ଲକଡାଉନ ଓ ସଟଡାଉନ ପାଇଁ ସାଧାରଣ ଜନତାଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବାରୁ ଏହାକୁ ନଜରରେ ରଖି ଦେଶବ୍ୟାପୀ କୋହଳ ହୋଇଛି ନିୟମ । ତଥାପି ଲୋକେ ନିଜ ଦାୟିତ୍ବ ବୁଝିବା ବଦଳରେ ଦିନକୁ ଦିନ ଅଧିକ ବେପରୁଆ ମନୋଭାବ ପୋଷଣ କରୁଥିବା ଦେଖାଯାଉଛି । ଏମିତିରେ ସିଲଭର ସିଟି ଅହରହ ଭାଙ୍ଗୁଛି କୋରୋନା କଟକଣା ଓ ସାଧାରଣ ସୁରକ୍ଷା ନିୟମ । ଏନେଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଉଠିଛି ପୋଲିସର ରଣହୁଙ୍କାର । ସହରରେ ଯେଉଁଠି ଭିଡ ହେଉଛି ସେଠାତରେ ପହଞ୍ଚୁଛି ପୋଲିସ ।

କେବଳ ସେତିକି ନୁହେଁ, ଯେଉଁଠି ଲୋକେ ବିନା ମାସ୍କରେ ବୁଲୁଛନ୍ତି ସେଠି ମଧ୍ୟ ଅତର୍କିତ ଆଟାକ କରୁଛି ପୋଲିସ । ସହରର ବିଭିନ୍ନ ଥାନା ଅଧୀନରେ ଏହି କ୍ରମରେ ଗୁରୁବାର କଡା ଚେକିଂ ହୋଇଥିବା ଜଣା ପଡିଛି । ଏହାରି ଭିତରେ ଅନେକ ଦୋକାନ ମଧ୍ୟ ସିଲ କରିଛି ପୋଲିସ । ଏଥିରେ ରହିଛି ବକ୍ସି ବଜାରର ଏକ କେକ ଦୋକାନ ଓ ନୟା ସଡକସ୍ଥିତ ଏକ ମେଡିସିନ ଷ୍ଟୋର । ଅଧିକ ଗହଳି ପାଇଁ ଏହି ଦୋକାନ ଗୁଡିକୁ ସିଲ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ତେବେ ଯିଏ ବି କୋଭିଡ ନିୟମ ଉଲଂଘନ କରିବ ସେ ଏହିଭଳି ତଣ୍ଡ ଗଣିବା ନିଶ୍ଚୟ ବୋଲି ସୂଚନା ଦେଇଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.