ETV Bharat / city

କଟକ ବିଚାରପତି ମୃତ୍ୟୁ ମାମଲା: ୩୦୨ ଓ ୩୦୬ ମାମଲାରେ ତଦନ୍ତ କରିବାକୁ ଆଇନଜୀବୀଙ୍କ ଦାବି - ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁର ତଦନ୍ତ ପାଇଁ ପରାମର୍ଶ

କଟକ ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା । ହତ୍ୟା ମାମଲାକୁ ନଜରରେ ରଖି ପୋଲିସ ତଦନ୍ତ କରିବା ଉଚିତ୍ କହିଲେ ବରିଷ୍ଠ ଆଇନଜୀବୀ । ଅଧିକ ପଢନ୍ତୁ

ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ମାମଲା: ୩୦୨ ଓ ୩୦୬ ମାମଲାରେ ତଦନ୍ତ କରିବାକୁ ପରାମର୍ଶ

author img

By

Published : Sep 9, 2022, 11:34 AM IST

କଟକ: ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାରୀ ବିହାରୀଙ୍କ ମୃତ୍ୟୁ ଘଟଣାରେ(POCSO Judge Death Case) ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପୋଲିସର ତଦନ୍ତ ଦିଗ କ'ଣ ରହିବ ? ଆତ୍ମହତ୍ୟା ରିପୋର୍ଟ ଆସିଲା ପରେ ତଦନ୍ତ ପ୍ରକ୍ରିୟାରେ ହେବ କି ଶିଥିଳତା ? ହତ୍ୟା ମାମଲାକୁ ବାଦ୍ ଦେଇ ତଦନ୍ତ କରିବ କି ପୋଲିସ ? କେବଳ ଆତ୍ମହତ୍ୟା ଜନିତ କାରଣ ଖୋଜିବ ନା ୩୦୬ ମାମଲା ରୁଜୁ କରି ତଦନ୍ତ କରିବ ? ଏନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ମାମଲା: ୩୦୨ ଓ ୩୦୬ ମାମଲାରେ ତଦନ୍ତ କରିବାକୁ ପରାମର୍ଶ

ଯଦିଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା କାରଣରୁ ଶ୍ବାସରୁଦ୍ଧ ହୋଇ ବିଚାରପତିଙ୍କର ମୃତୁ ଘଟିଥିବା ସ୍ପଷ୍ଟ ହୋଇଛି । ତଥାପି ଏହାର ଆହୁରି ସଠିକ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ । ଆଇନଜୀବୀଙ୍କ କହିବା ଅନୁଯାୟୀ, ''ବିଚାରପତିଙ୍କ ବେକରେ ରଶି ଲଗାଇ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ହୁଏତ ମୃତଦେହକୁ ଝୁଲାଇ ଦିଆଯାଇ ଥାଇପାରେ । ତେଣୁ ଏହି ଘଟଣାରେ ହତ୍ୟା ମାମଲାକୁ ନଜରରେ ରଖି ପୋଲିସ ତଦନ୍ତ କରିବା ଉଚିତ୍ । କେବଳ ସେତିକି ନୁହେଁ ଆଇପିସିର ଧାରା ୩୦୬ରେ ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ ।''

ଆଇପିସିର ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା । ଯଦି ବିଚାରପତି ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କୁ ଆତ୍ମହତ୍ୟା ପାଇଁ କେହି ପ୍ରବର୍ତ୍ତାଇଛନ୍ତି କି ? ବିଚାରପତିଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଏବଂ ଶଳାଙ୍କ ପାଇଁ ବିଚାରପତିଙ୍କର ମୃତ୍ୟୁ ଘଟିଛି । ତେବେ ଏହାକୁ ପୋଲିସ ଗୁରୁତ୍ବର ନେଇ ତଦନ୍ତ କରିବାକୁ ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି ।

ବିଚାରପତିଙ୍କ ମୃତ୍ୟୁ ପରେ ବିଚାରପତିଙ୍କ ମାଆ ହତ୍ୟା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ବିଚାରପତିଙ୍କ ପତ୍ନୀ ଏବଂ ଶାଳକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଏହି କ୍ରମରେ ପୋଲିସ ୩୦୨ ମାମଲା ରୁଜୁ କରି ତଦନ୍ତ କରୁଥିଲା । ବିଶେଷକରି କିପରି ବିଚାରପତିଙ୍କ ମୃତ୍ୟୁ ଘଟିଥିଲା ? ଏହା ଆତ୍ମହତ୍ୟା ନାଁ ତାଙ୍କୁ କେହି ହତ୍ୟା କରିଥିଲା ? ଏଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଥିଲା ପୋଲିସ । ଏହି ଘଟଣାରେ ୩୦୨ ମାମଲା ରୁଜୁ କରି ପ୍ରାୟ ୧୪ ଜଣଙ୍କୁ ପଚରାଉଚରା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Barsha Anubhav Marital Discord: କୋର୍ଟରେ ଆଜି ବି ହାଜର ହେଲେନି ବର୍ଷା

ବିଚାରପତି ଅସୁସ୍ଥତା କାରଣରୁ ଏପରି କରିଥାଇ ପାରନ୍ତି ବୋଲି ପତ୍ନୀ ପୋଲିସ ଆଗରେ ବୟାନ ରଖିଥିଲେ । ଏନେଇ ସେ ଦୀର୍ଘ ଦିନ ହେବ ମାନସିକ ସ୍ଥରରେ ଅଶାନ୍ତି ରହୁଥିଲେ । ତାଙ୍କର ପାଟିରେ ଘା ହୋଇଥିଲା । ସେ ଠିକରେ ଖାଦ୍ୟ ଖାଇ ପାରୁନଥିଲେ । ସେହିପରି ତାଙ୍କର ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା । ରୋଗ ଯନ୍ତ୍ରଣା ସହି ନପାରି ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପତ୍ନୀ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.