କଟକ: ଟାଙ୍ଗୀ ଟୋଲଗେଟରୁ ୭୫ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା କଟକ ଅବକାରୀ ଗୁଇନ୍ଦା ବିଭାଗ । ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇକୁ ଫୁଲବାଣୀରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ଟାଙ୍ଗୀ ଟୋଲଗେଟରେ ଚଢାଉ କରିଥିଲେ ଅବକାରୀ ଗୁଇନ୍ଦା ବିଭାଗ ।
ସୂଚନା ଅନୁଯାୟୀ, ଏକ ଦାମୀ କାରରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଅନ୍ଯପଟେ ଗିରଫ ଚାଲାଣକାରୀ ହେଉଛନ୍ତି ଯୋଗେଶ୍ଵର ହାଲଦାର । ଗିରଫ ଅଭିଯୁକ୍ତର ଘର ଫୁଲବାଣୀରେ ବୋଲି ଜଣାପଡିଛି । ତେବେ କଟକ ଅବକାରୀ ଗୁଇନ୍ଦା ବିଭାଗ କିଛିଦିନ ତଳେ ୧୨୫ କେଜି ଗଞ୍ଜେଇ ଓ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ