କଟକ: ଆସନ୍ତାବର୍ଷ ଜାନୁଆରୀ 26ରେ ରାଷ୍ଟ୍ରପତି ପୁରସ୍କାର ପାଇବେ ଓଡ଼ିଆ ପୋଲିସ ଅଫିସର ଅମରେନ୍ଦ୍ର ପଣ୍ଡା। ଏଯାବତ ସେ କଟକରେ ଜୋନ-1 ଏସିପି ଭାବରେ କାର୍ଯ୍ୟରତ । ନିସ୍ବାର୍ଥ କର୍ତ୍ତବ୍ୟ ପାଇଁ ଗତକାଲି(ଶନିବାର) ସେ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଖବର ପ୍ରକାଶିତ ପାଇଛି। ଜୀବନରେ ପ୍ରଥମ ଷ୍ଟେପରେ ହିଁ ସେ ପୋଲିସ ଚାକିରୀରେ ଭର୍ତ୍ତି ହୋଇଥିଲେ।
୧୯୯୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ପୋଲିସ ସେବାରେ ଯୋଗ ଦେଇଥିଲେ ଅମରେନ୍ଦ୍ର । ନୟାଗଡ଼ ଦଶପଲାରେ ଏସଆଇ ଭାବେ କାର୍ଯ୍ୟ କରି ଅନେକ ସୁନାମ ଅର୍ଜନ କରିଥିଲେ । ଏହାପରେ କମିଶନରେଟ ପୋଲିସ ଭୁବନେଶ୍ୱର ଜୋନ-୪ ଏସିପି ଭାବେ ଯୋଗ ଦେଇଥିଲେ । ପରେ କଟକରେ ଦେଢ଼ ବର୍ଷର କାର୍ଯ୍ୟକାଳ ଜାରି ରହିଛି । ତେବେ ତାଙ୍କ ଜୀବନ ଥିଲା ଅନେକ ଘଟଣା ଦୁର୍ଘଟଣା ସହ ଜଡିତ । ତଥାପି ସେ ଅଟକି ଯାଇନଥିଲେ । ନିଜର କର୍ତ୍ତବ୍ୟକୁ ସୁଚାର ରୂପେ ସେ ଅହରହ ପାଳନ କରିଚାଲିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ