ETV Bharat / city

କଟକରେ କଟକଣା ମୁକ୍ତ ଦଶହରା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିବ ସମୟ

author img

By

Published : Sep 2, 2022, 11:13 AM IST

2 ବର୍ଷ ପରେ ସ୍ବାଭାବିକ ହେବ ଦଶହରା ପୂଜା । 10ଟା ପରିବର୍ତ୍ତେ ରାତି 12ଟା ପର୍ଯ୍ୟନ୍ତ ମଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମୟ କୋହଳ କରାଯିବ ବୋଲି ପୋଲିସ କମିଶନର ସଂଙ୍କେତ ଦେଇଛନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିବ ସମୟ
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିବ ସମୟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । କୋରୋନା କୋପ କମିବା ପରେ ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ ପର୍ବକୁ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ଦଶହରା ଆସୁଛି । ଧରାପୃଷ୍ଠକୁ ଅବତରଣ କରିବେ ଦେବୀ ଦୁର୍ଗା । 2 ବର୍ଷ ପରେ ସ୍ବାଭାବିକ ହେବ ଦଶହରା ପୂଜା । କଟକଣା ମୁକ୍ତ ପୂଜା ସହିତ ସାମୂହିକ ପୂଜା ଅନୁମତି ଦିଆଯିବା ପରେ ଏବେ ସମସ୍ତ ମଣ୍ଡପରେ ଜୋରଦାର ପ୍ରସ୍ତୁତି କରାଯାଉଛି । ଚଳିତ ବର୍ଷ ମେଲୋଡି ପାଇଁ ସମୟସୀମା ବଢାଯାଇପାରେ । 10ଟା ପରିବର୍ତ୍ତେ ରାତି 12ଟା ପର୍ଯ୍ୟନ୍ତ ମଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମୟ କୋହଳ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସଙ୍କେତ ଦେଇଛନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିବ ସମୟ

ଏହା ବି ପଢନ୍ତୁ...Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ

ଆଗକୁ ଦଶହରା ପୂଜା ଆସୁଛି । ଏ ନେଇ କଟକ ସହରର ସମସ୍ତ ପୂଜା କମିଟି, ଶାନ୍ତି କମିଟି , ପୋଲିସ ପ୍ରଶାସନ ମଧ୍ୟରେ ଘନ ଘନ ବୈଠକ ବି ବସୁଛି । ପୂଜା ସମୟ ନେଇ ବଡ଼ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୦ ଟା ପର୍ଯ୍ୟନ୍ତ ସମୟ ଦିଆଯାଉଥିଲା । ହେଲେ ଏଥର ସମୟସୀମା ବଢିପାରେ । କଟକଣା କୋହଳ କରାଯିବା ସହ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି 12ଟା ଯାଏଁ ସମୟ ମିଳିବା ନେଇ ସୂଚନା ଦେଇଛନ୍ତି କମିଶନର । ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଉଛି । ତେବେ ଏଥର ଧୁମଧାମରେ ପାର୍ବଣ ଆୟୋଜନ କରାଯିବ ବୋଲି କମିଶନର କହିଛନ୍ତି ।

ପୋଲିସ କମିଶନର ଆହୁରି କହିଛନ୍ତି, "ଦୁଇ ବର୍ଷ କୋରୋନାର ଦୁଃସ୍ବପ୍ନ ସବୁ କିଛି ଫିକା କରି ଦେଇଥିଲା । ମାତ୍ର ଏଥର ପୂଜା ଧୁମଧାମରେ ପାଳନ ହେବ । 2005 ପରଠୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକଣା ରହିଥିଲା । ହେଲେ ଏଥର 5 ଦିନ ପାଇଁ କାର୍ଯ୍ୟକ୍ରମ ନେଇ ସମୟ ବଢାଇବାକୁ ସରକାରଙ୍କୁ ଅନୁମତି ମଗାଯିବ ।" ରାତି 10 ଟା ପରିବର୍ତ୍ତେ 12ଟା ଯାଏଁ ସମୟ ମିଳିବ ବୋଲି ସଙ୍କେତ ଦେଇଛନ୍ତି ପୋଲିସ କମିଶନର । ପାର୍ବଣ ଋତୁର ସମସ୍ତ ପୂଜାକୁ ମହାଡମ୍ବରରେ ପାଳନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.