କଟକ: ସହରରୁ ପୁଣି ଠାବ ହେଲା ସେକ୍ସ ରାକେଟ । 2 ରୂପଜୀବୀଙ୍କ ସମେତ 3 ପୁରୁଷ ଅଟକ । 3 ଅଟକ ପୁରୁଷଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଥିବା ଜଣାପଡିଛି । ମର୍କତନଗର ଥାନା ପଛ ପଟେ ଥିବା ଏକ ହୋଟେଲରେ ଚାଲିଥିଲା ରାକେଟ ।
ଏହା ମଧ୍ୟ ପଢନ୍ତୁ:- ଓୟୋ ରୁମରେ ଚାଲିଥିଲା ଏସକର୍ଟ ସର୍ଭିସ, ପର୍ଦ୍ଦାଫାସ କଲେ ଫ୍ୟାମିଲି ମ୍ୟାନ
ସୂଚନା ଅନୁଯାୟୀ, କଟକ ସିଡିଏ ଅଞ୍ଚଳରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର । ଗ୍ରାହକ ଓ ଦେହଜୀବୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଛି ପୋଲିସ । କିଛି ଦିନ ହେବ ଏହି ଅଞ୍ଚଳରେ ଓୟୋ ହୋଟେଲରେ ଯୁବତୀ ରହୁଥିଲେ । ସେଠାରେ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସୁଥିଲେ । ସବୁ କିଛି ଫୋନରେ ସେଟିଂ ହେଉଥିଲା । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ