ETV Bharat / city

ସାମ୍ବାଦିକଙ୍କୁ ପୁରୀ ପୋଲିସର ମାଡ ଘଟଣା, ତଦନ୍ତ କରିବେ ଏସପି କନୱର ବିଶାଳ ସିଂ

author img

By

Published : May 20, 2021, 8:02 AM IST

ପୁରୀ ବଡଶଙ୍ଖ ପରିବା ବଜାରରେ କୋରୋନା ଚେକିଂ ଆଳରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ ଘଟଣା । ବ୍ୟକ୍ତିଗତ ଭାବେ ତଦନ୍ତ କରିବେ ପୁରୀ ଏସପି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ପୁରୀ ପୋଲିସର ମାଡ ଘଟଣା, ତଦନ୍ତ କରିବେ ଏସପି କନୱାର ବିଶାଳ ସିଂ

କଟକ: ପୁରୀ ବଡ଼ଦାଣ୍ଡରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ ମାରିବା ପ୍ରସଙ୍ଗ । ଘଟଣାରେ ବ୍ୟକ୍ତିଗତ ଭାବେ ତଦନ୍ତ କରିବେ ପୁରୀ ଏସପି କନୱର ବିଶାଳ ସିଂ । ତଦନ୍ତ ନିର୍ଦ୍ଦେଶ ଦେଲା ପୋଲିସ ମୁଖ୍ୟାଳୟ । ତଦନ୍ତ କରି ତୁରନ୍ତ ଏକ ରିପୋର୍ଟ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ରିପୋର୍ଟ ପାଇବା ପରେ ହିଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନାଥାଉ କି, ବୁଧବାର ପୁରୀ ବଡଶଙ୍ଖ ପରିବା ବଜାରରେ କୋରୋନା ଚେକିଂ ଆଳରେ ପୋଲିସ ଉଠା ପରିବା ଦୋକାନୀଙ୍କୁ ମାଡ ମାରିବା ସହ ପରିବାପତ୍ର ଫୋପାଡି ଦେଇଥିଲା । ଜଣେ ସାମ୍ବାଦିକ ଏହି ଘଟଣା ସମ୍ପର୍କରେ ପୋଲିସକୁ ପଚାରିବାରୁ ତାଙ୍କୁ ମଧ୍ୟ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.