କଟକ: ଡି ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ ଘଟଣା। ଡି ବ୍ରଦର୍ସଙ୍କୁ ରିମାଣ୍ଡ ଆଣିବା ପାଇଁ ପୋଲିସର ଆବେଦନ। କଟକ SDJM ଙ୍କ କୋର୍ଟରେ ଆବେଦନ କଲା ପୋଲିସ।
ବିଭିନ୍ନ ଅପରାଧିକ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅପରାଧି ସୁଶାନ୍ତ ଓ ସୁଶୀଳ ଧଳସାମନ୍ତଙ୍କୁ ବନ୍ଧୁକ, ଗୁଳି ଜବତ ମାମଲାରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୋଲିସ।ଗତ ୧୦ତାରିଖରେ ପୋଲିସ ଧଳସାମନ୍ତ ଭ୍ରାତାଙ୍କ ସିଡିଏ ସ୍ଥିତ ଘରେ ଚଢ଼ାଉ କରି ୭ଟି ଵନ୍ଧୁକ ଓ ପାଞ୍ଚ ଶହ ରାଉଣ୍ଡ ଗୁଳି ଜବତ୍ ହୋଇଥିଲା। ପରେ ଧଳ ସହଯୋଗୀଙ୍କ ଘରେ ଚଢ଼ାଉ କରି ପୋଲିସ ଆଉ ୯ଟି ବନ୍ଧୁକ ଓ ୫୯୫ରାଉଣ୍ଡ ଗୁଳି ଜବତ କରିଥିଲା।
ଏହି ମାମଲାରେ ଆଠ ଜଣଙ୍କୁ ପୋଲିସ ଗିରଫ କରିଛି। ଏବେ ଏହି ମାମଲାରେ ଧଳ ଭ୍ରାତାଙ୍କୁ ଯୋଡିବା ପାଇଁ ଓ ସେମାନଙ୍କୁ ଜେଲରୁ ଆଣି ପଚରାଉଚରା କରିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜି ପୋଲିସ ଏସ୍ ଡିଜେ ଏମ୍ କୋର୍ଟରେ ମାମଲାରେ ରିମାଣ୍ଡ ଆବେଦନ କରିଛି। ମାମଲାର ରିମାଣ୍ଡ ମିଳିବା ପରେ ଧଳ ଭ୍ରାତାଙ୍କୁ ଜେଲରୁ ଆଣି ଜେରା ପାଇଁ ପୋଲିସ ଦୁଇ ଭାଇଙ୍କର ରିମାଣ୍ଡ ଆବେଦନ କରିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ