ETV Bharat / city

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠାରୁ ଯୁକ୍ତ 2 ନାମଲେଖା ପ୍ରକ୍ରିୟା ଆରମ୍ଭ । ୨୦ ତାରିଖ ଯାଏଁ ଛାତ୍ରଛାତ୍ରୀ କରିପାରିବେ ଆବେଦନ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 6, 2019, 8:39 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ପୂର୍ବାହ୍ନ 11ଟାରୁ www.samodisha.gov.in ୱେବସାଇଟରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ 20 ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିହେବ ।

21 ତାରିଖ ଅପରାହ୍ନ 5ଟା ସୁଦ୍ଧା ସିଏଏଫର ପ୍ରିଣ୍ଟ କପି ଏବଂ ଅନ୍ୟ ଡକ୍ୟୁମେଣ୍ଟ ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଜୁନ 26ରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ । ଜୁନ 28ରୁ ଜୁଲାଇ 2 ପର୍ଯ୍ୟନ୍ତ ନାମଲେଖା ଚାଲିବ । ସେହିପରି ଜୁଲାଇ 8ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ । ଜୁଲାଇ 9ରୁ 11 ତାରିଖ ପର୍ଯ୍ୟନ୍ତ ଏହାର ନାମଲେଖା ଚାଲିବ ।

ଜୁଲାଇ 16ରେ ବଳକା ସିଟ ତାଲିକା ଜଣାପଡିବ । ଜୁଲାଇ 18 ଅପରାହ୍ନ 2ଟା ସୁଦ୍ଧା ସ୍ପଟ ଆଡମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ 20ରୁ 22 ଭିତରେ ସ୍ପଟ ଆଡମିଶନ କରିହେବ । ଜୁଲାଇ 24ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା ।

ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଯୁକ୍ତ୨ କଲେଜ ଏବଂ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜ ପାଇଁ ନାମଲେଖା ପ୍ରକ୍ରିୟା ଚାଲୁଛି ।

Intro:Body:

erterte

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.