ETV Bharat / city

ପିପିଲି ଗଣଦୁଷ୍କର୍ମ ମାମଲାକୁ ୧୦ ବର୍ଷ, ତୁରନ୍ତ ନ୍ୟାୟ ଦେବାକୁ ଆବେଦନକାରୀ ଓକିଲଙ୍କ ଦାବି

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାବତ ପିଡ଼ିତାଙ୍କୁ ନ୍ୟାୟ ମିଳି ପାରି ନାହିଁ । ତଦନ୍ତ ପ୍ରକ୍ରିୟାରେ ଶିଥିଲତା ଦେଖାଯାଉଥିବା ନେଇ ଅଭିଯୋଗ କରାଯାଉଛି । ଏହାକୁ ନେଇ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଅଧିକ ପଢ଼ନ୍ତୁ

ପିପିଲି ଗଣଦୁଷ୍କର୍ମ ମାମଲାକୁ ୧୦ ବର୍ଷ, ତୁରନ୍ତ ନ୍ୟାୟ ଦେବାକୁ ଆବେଦନକାରୀ ଓକିଲଙ୍କ ଦାବି
ପିପିଲି ଗଣଦୁଷ୍କର୍ମ ମାମଲାକୁ ୧୦ ବର୍ଷ, ତୁରନ୍ତ ନ୍ୟାୟ ଦେବାକୁ ଆବେଦନକାରୀ ଓକିଲଙ୍କ ଦାବି
author img

By

Published : Jul 1, 2022, 9:32 PM IST

କଟକ: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାବତ ପିଡ଼ିତା ଙ୍କୁ ନ୍ୟାୟ ମିଳି ପାରି ନାହିଁ । ତଦନ୍ତ ପ୍ରକ୍ରିୟାରେ ଶିଥିଲତା ଦେଖାଯାଉଥିବା ନେଇ ଅଭିଯୋଗ କରାଯାଉଛି । ଏହାକୁ ନେଇ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଏହି ମାମଲାର ତ୍ବରିତ ଶୁଣାଣି କରି ବେବିନାକୁ ନ୍ୟାୟ ଦେବାକୁ ହାଇକୋର୍ଟରେ ଆବେଦନ ହୋଇଛନ୍ତି । ଏହାକୁ ନେଇ ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।

ପିପିଲି ଗଣଦୁଷ୍କର୍ମ ମାମଲାକୁ ୧୦ ବର୍ଷ, ତୁରନ୍ତ ନ୍ୟାୟ ଦେବାକୁ ଆବେଦନକାରୀ ଓକିଲଙ୍କ ଦାବି

ବେବିନାର ଆତ୍ମା ଆଜି ବି ଗୁମୁରି କାନ୍ଦୁଥିବ, ପ୍ରଶ୍ନ ପଚାରୁଥିବ ମୋତେ କେବେ ନ୍ୟାୟ ମିଳିବ ? ୨୦୨୧ରେ ପିପିଲି ଥାନା ଅଞ୍ଚଳରେ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହାପରେ ମୃତ୍ୟୁ ସହ ସଂଗ୍ରାମ କରି ୨୦୧୨ ଜୁନ୍‌ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିକେ ମହାନ୍ତିଙ୍କୁ ନେଇ ତଦନ୍ତ କମିଶନ ଗଠିତ ହୋଇଥିଲା । ବେବିନାର ମୃତ୍ୟୁ ପାଇଁ ଦାୟୀ କିଏ ? ଏହି ଘଟଣାର ତଦନ୍ତରେ ପୋଲିସର ଭୁମିକା କିଭଳି ରହିଥିଲା ଏସବୁ ଦିଗର ତଦନ୍ତ ପାଇଁ ଗଠନ କରାଯାଇଥିଲା ଜଷ୍ଟିସ ପିକେ ମହାନ୍ତି କମିଶନ ।

୨୦୧୬ରେ ମାର୍ଚ୍ଚ ୩୦ ତାରିଖରେ ଏହି କମିଶନ ୪ ଶହ ପୃଷ୍ଠାର ଏକ ଦୀର୍ଘ ରିପୋର୍ଟ ଦାଖଲ କରିଥିଲା । ତେବେ ରିପୋର୍ଟ ଦାଖଲର ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ ଆଜି ଯାଏଁ ସାର୍ବଜନୀନ କରାଯାନାହିଁ । ସରକାର ବେବିନାକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି ଆବେଦନକାରୀ ଓକିଲ ନିଶିକାନ୍ତ ମିଶ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.