ETV Bharat / city

କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

author img

By

Published : Aug 25, 2022, 9:53 AM IST

Updated : Aug 25, 2022, 3:29 PM IST

କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ବତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: SCB ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ(Padma Shri Kamala Pujari ) । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ବତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ପଦ୍ମଶ୍ରୀ କମଳା ପୂଜାରୀ ଗତ ୨୧ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନୀ ଜନିତ ରୋଗର ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଟକ ଏସସିବି ମେଡିକାଲକୁ ଅଣାଯାଇଛି । ତାଙ୍କର ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ(Special Team Formed for Treatment) କରାଯାଇଛି ।

କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ଗତକାଲି ପୁଣି ବିଗିଡି ଯାଇଥିଲା । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ତାଙ୍କୁ ବଡ ମେଡିକାଲ ସ୍ଥାନାନ୍ତରିତ କରାଯିବାକୁ ପଦକ୍ଷେପ ନିଆଯାଇଥିଲା । ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କମଳା ପୁଜାରୀଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଳୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ତେବେ ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କର ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର ପାତ୍ରପୁଟରେ 300ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ । ଆଜିର ସମୟରେ ଲୋପ ପାଇବାକୁ ବସିଥିବା ବିଭିନ୍ନ କିଷମର ଧାନକୁ ‘ସିଡ୍‌ ବ୍ୟାଙ୍କ’ରେ ସାଇତି ରଖିଛନ୍ତି । ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ସେ ଅହରହ କାର୍ଯ୍ୟରତ ।

ଇଟିଭି ଭାରତ, କଟକ

Last Updated : Aug 25, 2022, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.