ETV Bharat / city

ବୁଧବାର OSSTET ପରୀକ୍ଷା - କଟକଣା ମଧ୍ୟରେ ହେବ OSSTET ପରୀକ୍ଷା

ଆସନ୍ତାକାଲି(ବୁଧବାର) ରାଜ୍ୟରେ OSSTET ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଅଧିକ ପଢ଼ନ୍ତୁ

OSSTET exam starts from tomorrow
ଆସନ୍ତାକାଲି OSSTET ପରୀକ୍ଷା
author img

By

Published : Feb 8, 2022, 2:09 PM IST

କଟକ: ଆସନ୍ତାକାଲି (ବୁଧବାର) ରାଜ୍ୟରେ OSSTET ପରୀକ୍ଷା ହେବ। ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ରହିଛି। ୩୩୮ କେନ୍ଦ୍ରରେ ପରୀକ୍ଷା ଆୟୋଜନ ହେଉଥିବା ବେଳେ ୪୦ଟି ନୋଡାଲ ସେଣ୍ଟର ହୋଇଛି।

ବୁଧବାର OSSTET ପରୀକ୍ଷା

OSSTET ପରୀକ୍ଷା ସୁପରିଚାଳନା ପାଇଁ ୪୦ଟି ସ୍କ୍ବାର୍ଡ ହୋଇଥିବା ବେଳେ ୮ଟି ସ୍ବତନ୍ତ୍ର ସ୍କ୍ବାର୍ଡ କରାଯାଇଛି। କୌଣସି ପ୍ରକାର ବିଶୃଙ୍ଖଳା ନହେବା ନେଇ ବୋର୍ଡ ପକ୍ଷରୁ କଡ଼ା କଟକଣା କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ବୋର୍ଡ ପକ୍ଷରୁ 06712412059 ଓ 2412060 ନମ୍ବରରେ ଜାରି କରାଯାଇଛି। ଯେଉଁଥିରେ ବୋର୍ଡକୁ ଜରୁରୀ ସୂଚନା ଦିଆଯାଇ ପାରିବ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଆଇସୋଲେସନ ରୁମ କରାଯାଇଛି। OSSTET ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା, ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଓ ସମ୍ପାଦକ ଶ୍ରୀକାନ୍ତ ତରାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.